ମାନିବାକୁ ପଡିବ ସରସ୍ବତୀର ସାହସ: ହେଟାବାଘ ସହ ଲଢି ଗୁରୁତର ଅବସ୍ଥାରେ ପରିବାରର ୪ଜଣଙ୍କୁ କଲା ଉଦ୍ଧାର

ଉମରକୋଟ(କେନ୍ଯୁଜ୍): ମହୁଲ ଫୁଲ ଗୋଟାଇବାକୁ ଯିବା ହେଲା କାଳ । ହେଟାବାଘ ଆକ୍ରମଣରେ ଗୋଟିଏ ପରିବାରର ୪ଜଣ ଗୁରୁତର । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ଟିମନପୁର ଗ୍ରାମରେ।  ନିଜ ଘର ଠାରୁ ୫୦୦ ମିଟର ଦୂର ଜଙ୍ଗଲ ନିକଟକୁ ଲାଗି ରହିଥିବା ଚାଷ ଜମିରେ ଥିବା ମହୁଲ ଗଛରୁ ମହୁଲ ଫୁଲ ଗୋଟାଇବା ପାଇଁ ଯାଇଥିଲେ ଗୋଟିଏ ପରିବାରର ୪ଜଣ । ସେମାନେ ହେଉଛନ୍ତି ରାମସାୟ ଗଣ୍ଡ ଓ ତାଙ୍କ ନାତି ଓମ୍‌ ପ୍ରକାଶ ଗଣ୍ଡ , ନାତୁଣୀ ସରସ୍ବତୀ ଗଣ୍ଡ ଓ ନିଶା ଗଣ୍ଡ ।

ସବୁଦିନ ଭଳି ସକାଳୁ ମହୁଲ ଫୁଲ ଗୋଟାଇବା ପାଇଁ ସମସ୍ତେ ଯାଇଥିଲେ । ସେହି ସମୟରେ ହଠାତ୍ ଜଙ୍ଗଲ ମଧ୍ୟରୁ ଏକ ହେଟାବାଘ ବାହାରି ଏମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ସରସ୍ବତୀ ସାହସ ଜୁଟାଇ ହେଟାବାଘ ସହ ଲଢି ତାକୁ ଘଉଡାଇ ଥିଲା। ହେଟାବାଘଟି ସମସ୍ତଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ସରସ୍ବତୀ ମଧ୍ଯ ଗୁରୁତର ହୋଇପଡିଥିବା ଜଣାପଡିଛି।

ଘଟଣାପରେ ସମସ୍ତଙ୍କୁ ରାଇଘର ମେଡିକାଲ୍‌ କୁ ଅଣାଯାଇ ଚିକିତ୍ସା ଜାରି ରହିଛି। ତେବେ ସରସ୍ବତୀର ଅବସ୍ଥା ଗୁରୁତର ହୋଇ ପଡିବାରୁ ତାଙ୍କୁକୁ ନବରଙ୍ଗପୁର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରା ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.