ଆନନ୍ଦପୁର: ନଦୀରେ ଭାସିଯାଉଥିବାବେଳେ ଏକ ଚଟାଣରେ ଲାଖି ଗଲେ ୪ନାବାଳକ, ଉଦ୍ଧାର କଲା ଦମକଳ ବାହିନୀ

ଆନନ୍ଦପୁର: ଭାସିଯାଉଥିବାବେଳେ ଉଦ୍ଧାର। ଆନନ୍ଦପୁର ଉପଖଣ୍ଡ ବୈତରଣୀ ବ୍ଲକ ଘାଟ ନିକଟରେ ୪ଜଣ ନାବାଳକ ଗାଧୋଉଥିଲେ। ଏହି ସମୟରେ ଅଚାନକ ପାଣି ଆସିଯିବାରୁ ୨ଜଣ ଭାସିଯାଇଥିଲେ।

ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୨ଜଣ ମଧ୍ୟ ପାଣିରେ ଭାସି ଯାଇଥିଲେ। କିଛି ବାଟ ଭାସିଯିବାପରେ ଏକ ଚଟାଣରେ ୪ଜଣ ଲାଖି ରହିଯାଇଥିଲେ। ଆନନ୍ଦପୁର ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ସୁରକ୍ଷତ ଭାବେ ଉଦ୍ଧାର କରିଥିଲା। ଉଦ୍ଧାର ନାବାଳକ ଆନନ୍ଦପୁର ପୌରପରିଷଦ ୧୨ନମ୍ବର ୱାର୍ଡ ନୂଆ କଲୋନୀର ବାସିନ୍ଦା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.