ହୀରାକୁଦର ଆଉ ୪ଟି ଗେଟ୍‌ ବନ୍ଦ: ବର୍ତ୍ତମାନ ୨୪ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ସମ୍ବଲପୁର : ହୀରାକୁଦର ଆଉ ୪ଟି ଗେଟ୍‌ ବନ୍ଦ।  କମିଛି ବନ୍ୟା ପାଣି ପ୍ରବେଶ । ଖସୁଛି ମହାନଦୀର ଜଳସ୍ତର । ଏବେ ହୀରାକୁଦର ମୋଟ୍ ୨୪ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।

ଡ୍ୟାମ୍‌ର ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ଏବେ ଜଳସ୍ତର ୬୨୫.୯୧ ଫୁଟ୍‌ ରହିଛି। ହୀରାକୁଦ ଡ୍ୟାମ୍‌କୁ ୩ ଲକ୍ଷ ୬୨ ହଜାର ୮୮୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମ୍‌ରୁ ନିଷ୍କାସିତ ହେଉଛି ୫ ଲକ୍ଷ ୨୮ ହଜାର ୬୧ କ୍ୟୁସେକ୍‌ ଜଳ।

Leave A Reply

Your email address will not be published.