ରାଜ୍ୟ

ରଖିବ ହରି ତ ମାରିବ କିଏ: ସିକ୍କିମ ବନ୍ୟାରୁ ଜୀବନ ବଞ୍ଚାଇ ଓଡିଶା ଫେରିଲେ ୪ ଓଡ଼ିଆ

ଆନନ୍ଦପୁର(କେନ୍ୟୁଜ୍): ରଖିବ ହରି ତ ମାରିବ କିଏ । ଭଗବାନ ଯାହାର ଜୀବନ ରଖିବେ ତା ଜୀବନ ବା କିଏ ନବ? ଯେତେ ବଡ ପ୍ରଳୟ ଆସୁ ପଛେ । ଠିକ୍ ଏମିତି କିଛି ଘଟିଛି ୪ ଓଡିଆଙ୍କ କ୍ଷେତ୍ରରେ । କିଛି ଦିନ ତଳେ ସିକ୍କିମରେ ସୃଷ୍ଟି ହୋଇଥିବା ବନ୍ୟା ବିପର୍ଯ୍ୟୟରୁ ଅଳ୍ପକେ ବର୍ତ୍ତି ଘରେ ପହଞ୍ଚିବା ପରେ ବଖାଣିଲେ ଲୋମଟାଙ୍କୁରା କାହାଣୀ ।

ବାଦଲଫଟା ବର୍ଷା ଯୋଗୁଁ ଗ୍ଲାସିୟର ନଦୀବନ୍ଧ ଫାଟିଯାଇ ତିସ୍ତା ନଦୀରେ ଅଚାନକ ପ୍ରଳୟଙ୍କାରୀ ବନ୍ୟା ଆସିଥିବା ବେଳେ ତାର କିଛି ଘଣ୍ଟା ପୂର୍ବରୁ ସେହି ଡ୍ୟାମ ଦେଇ ଅତିକ୍ରମ କରିଥିଲେ ସିକ୍କିମ ବୁଲି ଯାଇଥିବା ଆନନ୍ଦପୁର ଲୁଣହାର ଗାଁର ଜୟସୂରିୟା ନାୟକ ତାଙ୍କ ପତ୍ନୀ ଓ ଅନ୍ୟ ଦୁଇ ମହିଳା ସାଙ୍ଗ। ସେଠାରୁ ଫେରିବା ପରେ ବନ୍ୟା ବିପର୍ଯ୍ୟୟର ଲୋମଟାଙ୍କୁରା ଦୃଶ୍ୟ ବର୍ଣ୍ଣନା କରିଛନ୍ତି ଜୟସୂରିୟା।

ଘସିପୁରା ବ୍ଲକ୍ ତରୁଆଁ ପଞ୍ଚାୟତ ଲୁଣହାର ଗ୍ରାମର ଜୟସୂରିଆ ନାୟକ, ତାଙ୍କ ପତ୍ନୀ ଶୁଭଶ୍ରୀ ସାମଲ ଏବଂ ତାଙ୍କ ପତ୍ନୀଙ୍କ ବନ୍ଧୁ ଆନନ୍ଦପୁରର ସୋନାଲି ସିଂହ, ଓ ଯାଜପୁରରୋଡର ଆୟେଶା ବୋଇତେଇ ସିକ୍କିମର ଗ୍ୟାଙ୍ଗଟକ୍ ବୁଲିବାକୁ ଯାଇଥିଲେ । ଗତ ୧ତାରିଖ ସକାଳେ ସେଠାରେ ସେମାନେ ପହଞ୍ଚିଥିଲେ । ତାପରଦିନ ୧୬ହଜାର ଫୁଟ୍ ଉପରେ ଥିବା ଜିରୋ ପଏଣ୍ଟ ବୁଲିବା ପାଇଁ ଏକ ଗାଡ଼ିରେ ଯାଇ ଫେରିବା ବାଟରେ ଅତ୍ୟଧିକ ବର୍ଷା ଯୋଗୁ ଯାତ୍ରା ବିଳମ୍ବ ହୋଇଥିଲା ।

ତେବେ ୩ ତାରିଖ ରାତି ପ୍ରାୟ ୮ ଟାବେଳେ ସେମାନେ ଗ୍ଲାସିୟର ହ୍ରଦର ସେହି ଚର୍ଚ୍ଚିତ ବନ୍ଧଦେଇ ଗାଡ଼ିରେ ଫେରିଥିଲେ। ସେହି ସମୟରେ ସେଠାରେ ସାମରିକ ବାହିନୀ ପାଟ୍ରୋଲିଂକୁ କଡ଼ାକଡ଼ି କରିଥିଲା। ଯାହାକୁ ନେଇ ପ୍ରାୟ ରାତି ଗୋଟାଏ ବେଳେ ଏହି ବନ୍ଧ ଅଚାନକ ଭାଙ୍ଗିଯିବାରୁ ୨୩ଜଣ ଯବାନଙ୍କ ସମେତ ଅନେକ ଲୋକ ଭାସିଯାଇ ମୃତ୍ୟୁ ବରଣ କରିଥିଲେ। ତେବେ ଯାହା ହେଉ ବହୁ ଘାତ ପ୍ରତିଘାତ ଦେଇ ଶେଷରେ ନିଜ ଘରକୁ ଫେରିଛନ୍ତି ଏମାନେ । ଭଗବାନଙ୍କ ଧନ୍ୟବାଦ ଜଣାଇବା ସହିତ ନିଜକୁ ଭାଗ୍ୟବାନ ମନେକରିଛନ୍ତି ।

Sonalisa

Recent Posts

ବିଳମ୍ବିତ ରାତିରେ ଲୁଟ, ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମର ତଦନ୍ତ ଜାରି

କେନ୍ଦୁଝର(କେନ୍ୟୁଜ): ଲୁଟ୍‌ କରିବା ପାଇଁ ଲୁଟେରାଙ୍କ ଚାଲାକି ବଢ଼ିଚାଲିଛି । ଦିନ ବେଳେ ଚୋରି କରିବା ସ୍ଥାନକୁ ଟାର୍ଗେଟ କରୁୁଛନ୍ତି…

5 mins ago

ଡାକ ବିଭାଗ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦୁର୍ନୀତି ମାମଲା: ରାଜ୍ୟରେ ୬୭ଟି ସ୍ଥାନରେ ସିବିଆଇ ରେଡ୍‌

ଭୁବନେଶ୍ୱର (କେନ୍ୟୁଜ): ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ (GDS) ନିଯୁକ୍ତି ମାମଲାରେ ସିବିଆଇର ବଡ଼ ଧରଣର ତଦନ୍ତ…

1 hour ago

ଆଇସ୍‌କ୍ରିମ୍‌ ଭିତରୁ ବାହାରିଲା ମଣିଷ ଆଙ୍ଗୁଠି, ଅନ୍‌ଲାଇନ ଅର୍ଡର କରିଥିଲେ ଡାକ୍ତରାଣୀ

ଆଇସକ୍ରିମ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି । ମୁମ୍ବାଇର ଜଣେ ମହିଳା ଡାକ୍ତର ଖାଇବା ପାଇଁ ଅନଲାଇନରେ ଆଇସକ୍ରିମ…

1 hour ago

ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ମିଳିଲା ପୁରାତନ ମନ୍ଦିର, ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା କୋମନା ଦେଉଳବନ୍ଧ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ଏକ ପୁରାତନ ମନ୍ଦିର ଠାବ ହୋଇଛି…

2 hours ago

ସୁଆଣ୍ଡୋରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- ଖୁବ୍ ଶୀଘ୍ର ପୂରଣ ହେବ ସଂକଳ୍ପ ପତ୍ରର ପ୍ରତିଶ୍ରୁତି

ପୁରୀ (କେନ୍ୟୁଜ): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

2 hours ago

ଡୋଡା ଆଟାକ୍‌: ୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର

ଜମ୍ମୁ-କାଶ୍ମୀରର ରିୟାସୀ, କଠୁଆ ଏବଂ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜମ୍ମୁ ପୋଲିସ ୪ ଆତଙ୍କୀଙ୍କ ସ୍କେଚ୍‌ ଜାରି…

2 hours ago