ସୁନ୍ଦରଗଡ଼ ଜିଲ୍ଲା କରମଡିହିରେ ୫ ଜଣ ନିର୍ମମ ହତ୍ୟା ଘଟଣା । ୪ଜଣଙ୍କୁ ଅଟକ ରଖି ପୋଲିସର ପଚରା ଉଚରା ଜାରି । ସୁନ୍ଦରଗଡ ସଦର ଥାନା କରମଡିହି ଗୀତାପଡ଼ାରେ ଗତକାଲି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଯେଉଁଥିରେ ଯାଯାବର ଗୋଷ୍ଠୀର ପାଞ୍ଚ ଜଣଙ୍କୁ ହତ୍ୟା କରିଛନ୍ତି ଅନ୍ୟ ଏକ ଗୋଷ୍ଠୀ। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତର ଆହତ ଚିକିତ୍ସା ପାଇଁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପରକୀୟା ପ୍ରୀତିକୁ ନେଇ ସଂଘର୍ଷ ଘଟିଥିବା ସନ୍ଦେହ କରାଯାଉଛି। ପରକୀୟା ପ୍ରୀତି କିମ୍ବା ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ହୋଇଥିବା ସନ୍ଦେହ କରାଯାଉଛି।
ତେବେ ନିର୍ଦ୍ଦିଷ୍ଟ ଭାବେ ସଂଘର୍ଷର କାରଣ ସ୍ପଷ୍ଟ ହୋଇନି। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତନାଘନା ଜାରି ରହିଛି। ସଦର ଏସଡିପିଓ ଏବଂ ୫ ଆଇ ଆଇସି, ୪ ପ୍ଲାଟୁନ ପୋଲିସ ଫୋର୍ସକୁ ନେଇ ଟିମ୍ ଗଠନ କରି ହତ୍ୟାକାରୀଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଛି । ସାଇଣ୍ଟିଫିକ,ଫରେନ୍ ସିକ ଟିମ୍ ଓ ଡଗ୍ ସ୍କ୍ବାଡର ତଦନ୍ତ ଜାରି ରହିଛି । ଜଣେ ମହିଳା ଓ ୪ ଶିଶୁ ନିଖୋଜ ଅଭିଯୋଗ ହୋଇଛି । ନିଖୋଜଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଛି ପୋଲିସ ଟିମ୍ ।
ଗତ କିଛି ମାସ ଧରି ମହାରାଷ୍ଟ୍ରର ୱାର୍ଦ୍ଧା ଅଞ୍ଚଳର ଏକ ଯାଯାବର ଦଳ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଛନ୍ତି। ଗତକାଲି ରାତି ପ୍ରାୟ ୧୧ ଟା ବେଳେ ସମସ୍ତେ ଶୋଇଥିବା ବେଳେ ହଠାତ୍ କିଛି ଜଣ ଲୋକ ଆସି ଗୋଟିଏ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ। ତିନି ମହିଳାଙ୍କ ସହିତ ପାଞ୍ଚ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣା ପରେ ଅନ୍ୟ ଏକ ଗୋଷ୍ଠୀ ଫେରାର ଅଛନ୍ତି ।।