ବସ୍ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍

ରାୟଗଡ଼ା(କେନ୍ୟୁଜ୍): ବସ୍ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍ଷ୍ଟାଣ୍ଡରେ ଜଳିଗଲା ବସ୍ । ରାୟଗଡ଼ା ଜିଲ୍ଲା ବିଷମକଟକ ବସ୍ ଷ୍ଟାଣ୍ଡରେ ୪ ଗୋଟି ବେସରକାରୀ ବସ୍ ରେ ନିଆଁ ଲାଗିଛି । ନିଆଁ କେମିତି ଲଗିଛି ତାର କାରଣ ଜଣ ପଡ଼ିନାହିଁ । ନିଆଁ ଲାଗିଥିବା ୪ ଗୋଟି ବସ ବେଦମାତା ବୋଲି ଜଣା ପଡିଛି । ସମସ୍ତ ବସର ମାଲିକ କିରଣ କୁମାର ସାହୁ । ସେଠାରେ ଥିବା ଅନ୍ୟ ଦୁଇ ଗୋଟି ସୀତାରାମ ବସକୁ ସ୍ଥାନୀୟ ଲୋକେ ଯେକୌଣସି ମତେ ସେଠାରୁ ବାହାର କରିବାରେ ସକ୍ଷମ ହୋଇଛି ।
ପ୍ରବଳ ଖରା ଯୋଗୁଁ ବସରେ ନିଆଁ ଲାଗିଥିବା ଜଣା ପଡିଛି । ଦମକଳ ବାହିନୀ ଘଟଣସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ନିଆଁ ଲିଭିବା ନା ଧରୁନି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ତେବେ ବସ୍ରେ କୌଣସି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନଥିବା ସୂଚନା ରହିଛି ।