କେନ୍ଦ୍ରାପଡା : ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଫୋନ ଫେରାଇଲେ ମହାକାଳପଡ଼ା ପୋଲିସ । ଚାମେଲିଙ୍କ ବାପାକୁ ଡାକି ଫୋନ୍ ଫେରାଇଛନ୍ତି ମହାକାଳପଡ଼ା ଆଇଆଇସି । ଏନେଇ ଚାମେଲିଙ୍କ ବାପା ସୂଚନା ଦେଇଛନ୍ତି । ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲରେ କେବିନ ନମ୍ବର ୧୫ରେ ଚାମେଲି ଚିକିତ୍ସାଧିନ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି ଜିଲ୍ଲା ଚିକିତ୍ସା ଅଧିକ୍ଷକ । ୪ଜଣ ସ୍ପେସାଲିଷ୍ଟ ତାଙ୍କୁ ଚିକିତ୍ସା କରୁଛନ୍ତି ।
ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍ ରହିଲେ ୨ରୁ ୪ଦିନ ମଧ୍ୟରେ ଚାମେଲିଙ୍କୁ ଡିସଚାର୍ଜ କରାଯିବା ନେଇ ସୂଚନା ଦେଇଛନ୍ତି ଡାକ୍ତର କିଶୋର ମିଶ୍ର । ଏପଟେ ଚାମେଲିଙ୍କ ବେଲ ପାଇଁ JMFC କୋର୍ଟରେ ଆବେଦନ କରାଯାଇଛି । ଏବେ ଶୁଣାଣି ଉପରେ ନଜର । ଚାମେଲିଙ୍କୁ ଜେଲ୍ ହେବ ନାଁ ବେଲ୍ ମିଳିବ । ଶୁଣାଣି ପରେ ମିଳିବ ସ୍ପଷ୍ଟ ଚିତ୍ର ।
କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲରେ ଚାମେଲି ଓଝାଙ୍କୁ ପ୍ରଥମେ ଭେଟିଲେ ବିଜେପି ନେତ୍ରୀ ଅର୍ଚ୍ଚନା ନାୟକ l ଘଟଣା ଘଟିବାର ସପ୍ତାହ ପରେ ପ୍ରଥମ ଥର ପାଇଁ ବିଜେପି ନେତା ଚାମେଲିଙ୍କୁ ଭେଟିଛନ୍ତି l କେବିନ ନମ୍ବର ୧୫ ରେ ଚାମେଲିଙ୍କୁ ଭେଟି ଅର୍ଚନା ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ l ତେବେ ରାଜନୈତିକ ପ୍ରସଙ୍ଗରୁ ଉର୍ଦ୍ଧ୍ଵରେ ନାରୀର ଯନ୍ତ୍ରଣା ବୋଲି କହିଲେ ଅର୍ଚ୍ଚନା l
ସେ ଘଟଣା ସମ୍ପର୍କରେ ଦଳୀୟ ନେତାଙ୍କୁ ଜଣାଇବ l ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅର୍ଚ୍ଚନା ନାୟକ l ଚାମେଲିଙ୍କ ସହ ଅନ୍ୟାୟ ହେବ ନାହିଁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି l ଅନ୍ୟ ପକ୍ଷରେ ଚାମେଲିଙ୍କ ବିଷୟରେ ଜିଲ୍ଲା ମେଡିକାଲ ଅଧିକ୍ଷକ କିଶୋର ମିଶ୍ର କହିଛନ୍ତି ଚାମେଲିଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଛି । ଆଉ ଦୁଇ ତିନିଦିନ ଲାଗିବ ଡିସଚାର୍ଜ ହେବାପାଇଁ ।