ଓଜେଏସ୍‍ ପରୀକ୍ଷାରେ କିଟ୍‍ ଲ ସ୍କୁଲ୍‍ର ୪ ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଅଭିନନ୍ଦନ ଜଣାଇଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର :  ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍‍) ପରୀକ୍ଷାରେ କିଟ୍‍ ଲ ସ୍କୁଲ୍‍ର ୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି  ।  ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ପକ୍ଷରୁ ଗୁରୁବାର ଓଜେଏସ୍‍ -୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କିଟ୍ ଲ ସ୍କୁଲ୍‌ରୁ ୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଲ ସ୍କୁଲ୍‍ର ଅଭିପ୍‍ସା ମହାକୁଡ଼ ୧୨ତମ, ଶ୍ରୀୟଙ୍କା ଦାଶ ୧୩ ତମ, ଆର୍ଯ୍ୟ କୁମାର ସେନାପତି ୧୮ତମ ଓ ସ୍ୱସ୍ଥିକ ଦାଶ ୨୨ ତମ ସ୍ଥାନରେ ରହିଛନ୍ତି  ।

ଅଭିପ୍‍ସା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗରେ ସହକାରୀ ନିର୍ଦ୍ଦେଶକ, ଆଇନ୍‍ ଭାବେ କାର୍ଯ୍ୟ କରୁଥିବା ବେଳେ ଶ୍ରୀୟଙ୍କା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଗବେଷଣା ସହକାରୀ ଭାବେ କାର୍ଯ୍ୟ କରୁଛନ୍ତି ।  ଏହି ସଫଳତାରେ ଅଭିଭାବକ ତଥା ଛାତ୍ରଛାତ୍ରୀମାନେ କିଟ୍ ଲ ସ୍କୁଲ୍‌କୁ ଧନ୍ୟବାଦ ଜଣାଇବା ସହ ଏଠାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଥିବାରୁ କିଟ୍ ଲ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଲଗାତାର ସଫଳତା ହାସଲ କରିଆସୁଛନ୍ତି ବୋଲି କହିଛନ୍ତି ।

ଅପରପକ୍ଷରେ ଏହି ଅଭୂତପୂର୍ବ ସଫଳତାରେ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କିଟ୍‍ ଲ ସ୍କୁଲ୍‍ର ଗୁଣାତ୍ମକ ଶିକ୍ଷା ଓ ଅଧ୍ୟାପକ ଅଧ୍ୟାପିକାଙ୍କ ନିରନ୍ତର ପ୍ରୟାସ ଯୋଗୁଁ କିଟ୍‍ ଲ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ବର୍ଷ ସଫଳତା ପାଇ ଆସୁଛନ୍ତି ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରୁଛନ୍ତି ବୋଲି ଶ୍ରୀ ସାମନ୍ତ କହିଛନ୍ତି ।