ତିନି ଦିନର ମୃତଦେହ ପାଖରେ ଚାରି ବର୍ଷର ଛୁଆ, ଅତି ହୃଦୟ ବିଦାରକ ଏ ଦୃଶ୍ୟ

ବଲାଙ୍ଗିର (କେନ୍ୟୁଜ୍‌) : ବଲାଙ୍ଗିର ସହର ସାଗର ପଡାରେ ତିନି ଦିନ ତଳୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲ । ତେବେ ମୃତ ଦେହ ପାଖରେ ବସି ରହିଥିଲା ଅବୋଧ ୪ ବର୍ଷର ଶିଶୁ । ଆଜି ସକାଳେ ମୃତ ଦେହରୁ ଗନ୍ଧ ହେବା ପରେ ଘଟଣାଟି ଜଣା ପଡିଥିଲା ।

ମହିଳାଙ୍କ ନାଁ ହେଉଛି କୁନି ନାଏକ। ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଇନ୍ଦ୍ରାନଗର ଛାଡି ଦୁଇ ବର୍ଷ ହେବ ସାଗରପଡ଼ାରେ ରହୁଥିଲେ । ଅନ୍ୟ ଘରେ ମୂଲ ଲାଗି ମାଆ ଝିଅ ଚଳୁଥିଲେ । ତାଙ୍କ ପରିବାରର ଅନ୍ୟ ସଦସ୍ୟ କେହି ତାଙ୍କୁ ପଚାରୁ ନଥିଲେ । ତେଣୁ ଆଉ କାହା ସହ ତାଙ୍କର ସମ୍ପର୍କ ନଥିଲା । ତେବେ କୁନିଙ୍କ ଦେହ ଖରାପ ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ସେ ଘରେ ଶୋଇବା ଅବସ୍ଥାରେ ଆରପାରିକୁ ଚାଲି ଯାଇଥିଲେ । ଆଉ ତାଙ୍କର କୁନି ଝିଅଟି ମା ଶୋଇଛି ଭାବି ତାଙ୍କ ପାଖରେ ବସି ରହିଥିଲା । ମଝିରେ ମଝିରେ ବାହାରକୁ ଗଲେ ପଡ଼ୋଶୀମାନେ ପିଲାକୁ ଖାଇବାକୁ ଦେଇ ଦିଅନ୍ତି । ତିନିଦିନ ପରେ ଯେତେବେଳେ ମା ପାଟିରୁ ପୋକ ବାହାରିଲା । ପିଲାଟି ଏକଥା ଲୋକଙ୍କୁ କହିବା ପରେ ସେମାନେ ଆସି ଦେଖିବା ବେଳକୁ କୁନି ମରି ସାରିଥିଲେ । ଏବେ ସମସ୍ତଙ୍କର ଚିନ୍ତା ଏଇ ଚାରି ବର୍ଷର ଶିଶୁଟିକୁ ନେଇ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.