ପୋଲିସକୁ ଦେଖି ନଦୀକୁ ଡେଇଁଲେ ୪ ଯୁବକ, ମିଳୁନି ଜଣଙ୍କର ପତ୍ତା

ସାଲେପୁର : ବାଲିଘାଟରେ ଚଢଉ ବେଳେ ଭୟଭୀତ ହୋଇ ନଦୀକୁ ଡେଇଁଲେ ଯୁବକ। ନଦୀକୁ ୪ଜଣ ଯୁବକ ଡେଇଁ ପଡ଼ିଥିବା ବେଳେ ଜଣେ ନିଖୋଜ ଅଛନ୍ତି । ୩ଜଣଙ୍କୁ ଉଦ୍ଧାର କରାଯାଇଛି । ସାଲେପୁରର ବରଗୋଡ଼ିଆ ବାଲିଘାଟରେ ଏପରି ଅଭାବନୀୟ ଘଟଣା ଘଟିଛି । ଜଗତପୁର ଥାନା ବରଗୋଡ଼ିଆରେ ମହାନଦୀରୁ ବାଲି ଉଠାଉ ଥିବା ସମୟରେ ଏଭଳି ଘଟଣା ଘଟିଛି।
ସୂଚନା ମୁତାବକ ଜଗତପୁର ଥାନା ଅଧୀନ ବାରଗଡିଆରେ ମହାନଦୀରେଗତ କାଲି ବିଳମ୍ବିତ ରାତିରେ ବାଲି ଉଠାଉ ଥିବା ବେଳେ ଅଚାନକ ମାଇନସ ଓ ପୋଲିସ ଅଧିକାରୀ ଚଢଉ କରିଥିଲେ। ଏଥିରେ ଭୟଭୀତ ହୋଇ ୪ଜଣ ନଦୀକୁ ଡେଇଁ ପଡ଼ିଥିଲେ ।. ସେମାନେ ଟ୍ରାକ୍ଟର ଲେବର ଭାବେ କାର୍ଯ୍ୟ କରୁଥିଲେ । ନଦୀରୁ 3 ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ଯୁବକ ନିଖୋଜ ଅଛନ୍ତି । ଅଦ୍ୟାବଧି ତାଙ୍କର କୌଣସି ପତ୍ତା ମିଳି ନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଖଣି ବିଭାଗ ଓ ପୋଲିସକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ ।
ଆହୁରି ପଢ଼ନ୍ତୁ: ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷର ଶିଶୁର ମୁଣ୍ଡ, ନାକେଦମ ହେଲେ ଡାକ୍ତର