ରାଜ୍ୟ

ଆସନ୍ତା ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର ! ନୂଆ ଭ୍ୟାରିଏଣ୍ଟ ସୃଷ୍ଟି କରିପାରେ ସମସ୍ୟା

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର। ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭ୍ୟାରିଏଣ୍ଟ ସମସ୍ୟା ସୃଷ୍ଟି କରିପାରେ। ଟୀକା ନେଇନଥିବା ବର୍ଗ ଏବଂ ଗୁରୁତର ରୋଗୀ ଏହି ଲହରରେ ପୁଣି ସମ୍ବେଦନଶୀଳ ବର୍ଗ ଭାବରେ ଉଭା ହୋଇପାରନ୍ତି। ଯେଉଁ ମାନେ ଟୀକା ଦ୍ୱିତୀୟ ଡୋଜ ଏବଂ ପ୍ରିକସନ ଡୋଜ ନେଇନାହାନ୍ତି ସେମାନେ ଟୀକା ତୁରନ୍ତ ନେଇଯିବା ଆବଶ୍ୟକତା ରହିଛି । ଏବେ ଯୋଉ ଭ୍ୟାରିଏଣ୍ଟ ଆସିଛି ତାହା ଦ୍ରୁତ ଭାବରେ ସଂକ୍ରମଣ କରୁଛି । ତେବେ ମୃତ୍ୟୁ ହାର ଏହାର ବହୁତ କମ। ଭାରତରେ ଏବେ ମହାରଷ୍ଟ୍ର ଏବଂ ଦିଲ୍ଲୀ ରେ ଚିହ୍ନଟ ହୋଇଥିବା ଭାରିଏଣ୍ଟ ଓଡିଶା କୁ ଆସିବାର ସମ୍ଭବନା ଅଧିକ। ତେବେ ଆମ ରାଜ୍ୟର ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ପରିମାଣରେ ରହିଛି। ଏଣୁ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବା ଜରୁରୀ।

ତେବେ ରାଜ୍ୟରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ଓ ଟୀକାକରଣ ଅଭିଯାନରେ ରାଜ୍ୟବାସୀଙ୍କ ସହଯୋଗ ଏହି ସଫଳତା ଆଣିଦେଇଛି। ହଟସ୍ପଟ ଭୁବନେଶ୍ୱରରେ ଗତ ସପ୍ତାହରେ ଜଣେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତଥାପି କେବଳ ସମ କୋଭିଡ ହସ୍ପିଟାଲରେ ୨୫ ଟି ଶଯ୍ୟା ସଂରକ୍ଷିତ ରହିଛି। ତେବେ ସେଠାରେ ମଧ୍ୟ ଜଣେ ବି ସଂକ୍ରମିତ ଭର୍ତ୍ତି ହୋଇନାହାନ୍ତି। ଆଗକୁ କୋଭିଡ ହସ୍ପିଟାଲ ବନ୍ଦ ହେବ କି ଚାଲୁ ରହିବ ସେନେଇ ଚିନ୍ତା କରାଯାଉଛି। ଏବେବି ଟୀକାକରଣ ସାଙ୍ଗକୁ ଟେଷ୍ଟିଂ ଜାରୀରହିଛି । ତେବେ ଆଗକୁ ପୁଣି ଚତୁର୍ଥ ଲହରର ଆଶଙ୍କା ଥିବାରୁ ସମସ୍ତଙ୍କୁ ସତର୍କ ଓ ସଚେତନ ରହିବାକୁ ବିଏମସି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

10 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

12 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

53 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago