ଲୁହାଗୁଡ଼ି ଗ୍ରାମରୁ କୁଟୁରା ଶାବକ ଉଦ୍ଧାର

ମୋହନା: ଗଜପତି ଜ଼ିଲ୍ଲା ମୋହନା ବନାଞ୍ଚଳ ଅନ୍ତର୍ଗତ ନଳାଘାଟ ସେକସନର ଲୁହାଗୁଡ଼ି ଗ୍ରାମରୁ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କୁଟୁରା ଶାବକକୁ ଉଦ୍ଧାର କରାଯାଇଛି । କୁକୁରଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ କୁଟୁରା ଶାବକଟି ଜଙ୍ଗଲରୁ ଗାଁ ଭିତରକୁ ଚାଲିଆସିଥିଲା । ଗ୍ରାମବାସୀ ଛୁଆଟିକୁ ଉଦ୍ଧାର କରି ମୋହନା ବନ ବିଭାଗକୁ ସୂଚନା ଦେଇଥିଲେ । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କୁଟୁରା ଛୁଆଟିକୁ ଉଦ୍ଧାର କରିଛନ୍ତି । ଛୁଆଟିର ବୟସ ଦୁଇମାସ ହୋଇଥିବା ବେଳେ ତାକୁ ମୋହନା ପ୍ରାଣୀଧନ ସହାୟକ କେନ୍ଦ୍ରର ଡାକ୍ତର ବୀରେନ୍ଦ୍ର ପଣ୍ଡାଙ୍କ ଉପସ୍ଥିତରେ ଚିକିତ୍ସା କରାଯାଇଛି ।
ବର୍ତ୍ତମାନ କୁଟୁରା ଛୁଆଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ବନ ବିଭାଗର ନିରୀକ୍ଷଣରେ କୁଟୁରା ଛୁଆଟି ବର୍ତ୍ତମାନ ରହିଥିବା ବେଳେ ପରିସ୍ଥିତି ଦେଖି ତାକୁ ଅତିଶୀଘ୍ର ତାକୁ ତପ୍ତପାଣି ସ୍ଥିତ ହରିଣ ପାର୍କ କିମ୍ବା ଜଙ୍ଗଲରେ ଛଡ଼ାଯିବ ବୋଲି ମୋହନା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।