ବାଲେଶ୍ୱର(କେନ୍ୟୁଜ୍): ଭିଜିଲାନ୍ସ ଅଧିକାରୀଙ୍କ ନାଁରେ ଠକେଇ ଅଭିଯୋଗ । ବାଲେଶ୍ୱର ଭିଜିଲାନ୍ସ କୋର୍ଟର ପୋଲିସ୍ ଅଧିକାରୀ ଓ ପରିବାର ନାଁରେ ଠକେଇ ଅଭିଯୋଗ ହୋଇଛି । ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ପୋଲିସ ଅଧିକାରୀ ରାମଚନ୍ଦ୍ର ମହାଲିକ୍ଙ୍କ ସହିତ ତାଙ୍କ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିବାକୁ ରାସଗୋବିନ୍ଦପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଭିଜିଲାନ୍ସ ପୋଲିସ ଅଧିକାରୀ ରାମଚନ୍ଦ୍ର ମହାଲିକ ଓ ସାଥି ମିଶି ବିଦେଶୀ ସଂସ୍ଥା CROWD-1ର ଜଣେ ଡାଇରେକ୍ଟର ଭାବେ ନିଜକୁ ପରିଚୟ ଦେଇ ଟଙ୍କା ଠକିଥିବା ଜଣାପଡିଛି । ଏବେ ଟଙ୍କା ମାଗିଲେ ଲୋକଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛ ।