ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ, ଜୁନାଗଡ ଏକ୍ସିସ୍‌ ବ୍ୟାଙ୍କ ନାଁରେ ସଙ୍ଗୀନ ଅଭିଯୋଗ

କଳାହାଣ୍ଡି(କେନ୍ୟୁଜ୍) : କଳାହାଣ୍ଡି ଜିଲ୍ଲା ଜୁନାଗଡ ଏକ୍ସିସ୍‌ ବ୍ୟାଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ନେଇ ଗ୍ରାହକ ସଂଗୀନ ଅଭିଯୋଗ କରିଛନ୍ତି । ଏଠାରେ କାମ କରୁଥିବା ଜଣେ ଫିଲ୍ଡ ଅଫିସର ଜିତେନ୍ଦ୍ର ମେହେର ଗାଁ ଲୋକଙ୍କ ଖାତା ଖୋଲିବା ପରେ ଏଟିଏମ୍‌ ମାଧ୍ୟମରେ ବ୍ୟାଙ୍କ ଖାତାରେ ଜମା ଥିବା ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି ।

f1 ଏ ନେଇ ବ୍ୟାଙ୍କରେ ଅଭିଯୋଗ ପରେ ବି ଫଳ ନ ମିଳିବାରୁ ଥାନାରେ ମାମଲା ରୁଜୁ ହୋଇଛି । ୨୦ ଜମାକାରୀଙ୍କ ଖାତାରୁ ୨୫ ଲକ୍ଷରୁ ଅଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରଛି ।

You might also like