ସାବଧାନ୍! କରୋନା ଭ୍ୟାକ୍ସିନ ନାଁରେ ଆରମ୍ଭ ହେଲାଣି ଠକେଇ : ରେଜିଷ୍ଟ୍ରେସନ ବାହାନାରେ ସାଇବର ଠକ ମାଗୁଛନ୍ତି ଆଧାର ନମ୍ବର ଏବଂ ଓଟିପି

ଭୁବନେଶ୍ବର: ସାଇବର ଠକେଇର ନୂଆ ତରିକା । କରୋନା ଭ୍ୟାକ୍ସିନ ନାଁରେ ଆରମ୍ଭ ହେଲାଣି ଠକେଇ । କରୋନା ଭ୍ୟାକ୍ସିନ ପାଇଁ ରେଜିଷ୍ଟ୍ରେସନ ବାହାନାରେ ସାଇବର ଠକ ମାଗୁଛନ୍ତି ଆଧାର ନମ୍ବର, ଓଟିପି ।

cyberଏଥିପ୍ରତି ଜନସାଧାରଣଙ୍କୁ କମିଶନରେଟ ପୋଲିସ ପକ୍ଷରୁ ସତର୍କ କରିଦିଆଯାଇଛି । ସାଇବର ଠକମାନେ ଲୋକଙ୍କୁ ଫୋନ କରି କୋଭିଡ ୧୯ ଭ୍ୟାକ୍ସିନ ପାଇଁ ପଞ୍ଜିକରଣ ବାହାନାରେ ଆଧାର, ଇମେଲ ଆଇଡି ଆଦି ମାଗୁଛନ୍ତି । ଏହାପରେ ଆଧାର ସୁନିଶ୍ଚିତ କରାଯିବ କହି OTP ମାଗି ନେଉଛନ୍ତି । ଆଉ ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଉଛନ୍ତି । ଏଥିପ୍ରତି ଲୋକମାନେ ସତର୍କ ରହିବା ସହ ବ୍ୟକ୍ତିଗତ ତଥ୍ୟ କାହାକୁ ନଦେବାକୁ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.