ଭୁବନେଶ୍ୱର ଡିସିପିଙ୍କ ଅଫିସରେ ପ୍ରେମିକର ଅଭିଯୋଗ ପରେ ମାମଲାରେ ଟ୍ଵିଷ୍ଟ, ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ ସହ ହତ୍ୟା ଧମକ ଦେଇଥିଲା ଅଭିଯୋଗକାରୀ

ଭୁବନେଶ୍ୱର (କେନ୍ୟୁଜ୍): ପ୍ରେମ, ପ୍ରତାରଣା ଓ ଜେଲ । ଭୁବନେଶ୍ୱର ଡିସିପିଙ୍କ ଅଫିସରେ ପ୍ରେମିକର ଅଭିଯୋଗ ପରେ ମାମଲାରେ ଟ୍ଵିଷ୍ଟ । ଟ୍ରେନିଂରେ ଥିବା ମହିଳା ସବ ଇନ୍‌ସପେକ୍ଟରଙ୍କ ବିରୋଧରେ ପ୍ରେମିକଙ୍କ ପ୍ରତାରଣା ଅଭିଯୋଗ ପଛରେ ରହିଛି ସାଂଘାତିକ କାଣ୍ଡ । ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିବା ସହ ହତ୍ୟା ଧମକ ଦେଇଥିଲା ପ୍ରେମିକ। ଏଭଳି ମାଡ଼ି ମାରିଥିଲେ ଯେ ଯୁବତୀ ଜଣଙ୍କ ଏମ୍‌ସରେ ତିନିଦିନ ଚିକିତ୍ସିତ ହୋଇଥିଲେ। ଗତକାଲି ଯୁବକ ଜଣଙ୍କ ପ୍ରେମ ପ୍ରତାରଣାର ଆଣି ଡିସିପିଙ୍କୁ ଭେଟିଥିଲେ । ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ଆଶୁତୋଷ ଦାସ ଅଭିଯୋଗ କରିଥିଲେ ଯେ, ୨୦୧୫ ମସିହାରେ ପରସ୍ପରକୁ ଭଲ ପାଇଥିଲେ । ଏପରିକି ପ୍ରେମିକାର ସମସ୍ତ ପଢ଼ା ଖର୍ଚ୍ଚ ବି ବହନ କରୁଥିଲା ଆଶୁତୋଷ । ପ୍ରେମିକାର ଜନ୍ମଦିନରେ ଖୁସି ଦେବାକୁ, ମିଛ କହି ମା’ର ଗହଣାକୁ ବି ଗିଫ୍ଟ ଦେଇଥିଲା । ଆଉ ଗତ ବର୍ଷ ପ୍ରେମୀକା ଓଡିଶା ପୋଲିସର ସବ୍ ଇନିସପେକ୍ଟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ବିଜୁପଟ୍ଟନାୟକ ପୋଲିସ ଏକାଡେମୀରେ ଟ୍ରେନିଂରେ ଅଛନ୍ତି । କିଛି ଦିନ ହେବ ଠିକ୍ ଠାକ୍ ଥିଲା । ଏହାପରେ ଆଶୁତୋଷକୁ ଅସଲ ଚେହେରା ଦେଖାଇଥିଲା ପୋଲିସ ପ୍ରେମିକା । ମିଛ ମାମଲା ଲଗାଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆଶୁତୋଷକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା । ଏବେ ଜାମିନରେ ବାହାରିବା ଡିସିପି ଅଫିସ ଅଭିଯୋଗ କରିଛି ପ୍ରେମିକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.