ଖୋଲୁଛି ହଂସିତାଙ୍କ ରାଜ୍; ସୁନ୍ଦରୀ ହେବାକୁ କରିଥିଲେ ପ୍ଲାଷ୍ଟିକ ସର୍ଜରୀ ଓ କମାଇଥିଲେ ୪୦ କିଲୋ ଓଜନ
ଭୁବନେଶ୍ୱର : ହାଇପ୍ରୋଫାଇଲ ମହିଳା ଠକ ହଂସିତାକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଗ୍ଲାମରସ ଦେଖାଯିବା ପାଇଁ ହଂସିତା ପ୍ଲାଷ୍ଟିକ ସର୍ଜରୀ କରିଥିଲେ । ଏହି ଅପରେସନ ହେଉଛି ଲିପୋସକସନ ସର୍ଜିରୀ । ଏହାପରେ ହଂସିତାଙ୍କର ପୂରା କାୟା ବଦଳି ଯାଇଥିଲା । ତାଙ୍କ ଓଜନ ୧୦୭ କିଲୋରୁ ୭୦ କିଲୋକୁ ଖସି ଆସିଥିଲା । ଚେହେରା ମଧ୍ୟ ଭଲ କରିବା ପାଇଁ ସେ ସର୍ଜରୀ କରିଥିଲେ । ଠକିବା ପାଇଁ ଚେହେରା ବଦଳାଇଥିଲା ହଂସିତା ।
ଯେହେତୁ ତାଙ୍କର ଉଦେଶ୍ୟ ଭିନ୍ନ ପ୍ରକାର ଥିଲା, ବଡ଼ ବଡ଼ ଲୋକଙ୍କ ପାଖକୁ ଯାଇ ମିଛ ଡିଲ କରିବା ଥିଲା, ସେମାନଙ୍କୁ ଠକିବା ପାଇଁ ବିଭିନ୍ନ ତରିକା ଆପଣେଇବାର ଥିଲା, ତେଣୁ ହଂସିତା ନିଜ ରୂପ ଓ ଭଙ୍ଗୀ ରେ ଏଭଳି ପରିବର୍ତ୍ତନ କରିଥିଲେ । ଆଉ ତାଙ୍କର ପୂର୍ବରୁ ତାଙ୍କ ନାମ ଥିଲା ବିଷ୍ଣୁପ୍ରିୟା ଚାନ୍ଦ । ଏହି ନାମକୁ ଏକ ଟ୍ରେ୍ଡ଼ିଂ ନା ବଦଳାଇ ଥିଲେ. ନା ରଖିଲେ ହରପ୍ରିୟା ମିଶ୍ର ଓ ପରେ ହଂସିତା ଅଭିଲିପସା। ଆଉ ଏହାପରେ ଧୀରେ ଧୀରେ ମିଛ ଆଉ ଠକେଇର ସାମ୍ରାଜ୍ୟ ତିଆରି କଲେ. ହଂସିତା ତିନି ଜଣ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଅନିଲ ମହାନ୍ତି ହେଉଛନ୍ତି ତାଙ୍କର ତୃତୀୟ ସ୍ୱାମୀ । ପ୍ରଥମ ସ୍ୱାମୀ ବ୍ୟବସାୟୀ ସରୋଜ ସାହୁ, ଦ୍ୱିତୀୟ ସ୍ୱାମୀ ରାଜନେତା ଓ ବ୍ୟବସାୟୀ ମନୋଜ ଆଚାର୍ଯ୍ୟ । ତୃତୀୟ ସ୍ବାମୀ ଅନିଲକୁ ବିବାହ କରିଥିଲେ ।
ଆଉ ଏହାପରେ ଉଭୟ ହଂସିତା ଓ ଅନୀଲ ମିଶି ଠକେଇ କରିବା ଆରମ୍ଭ କରିଥିଲେ । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଉଭୟଙ୍କ ନାମରେ ଭୁବନେଶ୍ୱରରେ ରହିଛି ୭ କୋଟି ଟଙ୍କାର ୪ଟି ଫ୍ଲାଟ୍ । ସେହିପରି ଗତକାଲି ମର୍ସଡିସ ବେଞ୍ଜ ଜବତ କରିଥିବା ବେଳେ ଆଜି ଜଗୁଆର ଓ ପୋରସ କାର ଜବତ କରିଛି କମିଶନରେଟ ପୋଲିସ ସ୍ପେଶାଲ କ୍ରାଇମ୍ ୟୁନିଟ । ବିଳାସ ପୂର୍ଣ୍ଣ ପୋର୍ସ କାରର ମୂଲ୍ୟ ୨ କୋଟି ୬ଲକ୍ଷ । ଗତ ଡିସେମ୍ବର ୨୪ରେ ଅନିଲଙ୍କ ଜନ୍ମଦିନରେ ହଂସିତା ତାଙ୍କୁ ଏହି କାର ଉପହାର ଦେଇଥିଲେ । ସେହିପରି ଏକ କୋଟି ୮୫ ଲକ୍ଷ ଟଙ୍କାର ମର୍ସିଡିସ ଓ ଏକ କୋଟି ମୂଲ୍ୟର ଜାଗୁଆର କାରକୁ ମଧ୍ୟ ସ୍ପେଶାଲ କ୍ରାଇମ୍ ୟୁନିଟ ଜବତ କରିଥିବା ଜଣାଯାଇଛି ।