କନ୍ଧମାଳ: ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ, ଖୁସି ପ୍ରକାଶ ଅଞ୍ଚଳବାସୀ

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଏବଂ ଔଷଧ ବିତରଣ କାର୍ଯ୍ୟକ୍ରମ । କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଠାରେ ଉପାନ୍ତ ଓ ଦୁର୍ଗମ ଅଞ୍ଚଳ ଲୋକଙ୍କୁ ଯୋଗାଇ ଦିଆଯାଉଛି ସ୍ୱାସ୍ଥ୍ୟ ସୁବିଧା । କୋଟଗଡ଼ ବ୍ଲକର ଗୁଗୁରମାହା, ଡୁମୁଡିବନ୍ଧ ବ୍ଲକର ଗୁମା, କେ. ନୂଆଗାଁ ବ୍ଲକର ଗୁଞ୍ଜିବାଡ଼ା, ବାଲିଗୁଡ଼ା ବ୍ଲକର ରୁତୁଙ୍ଗିଆରେ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ମାଗଣା ଚିକିତ୍ସା ସୁବିଧା ସହ ଔଷଧ ବଣ୍ଟନ କରାଯାଇଛି । ହାତ ପାହାନ୍ତାରେ ଚିକିତ୍ସା ସୁବିଧା ପାଇ ଲୋକ ଖୁସି ପ୍ରକାଶ କରିଛନ୍ତି । ଡକ୍ଚର ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ସମସ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.