କନ୍ଧମାଳ ଜିଲ୍ଲାରେ କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ, ଯୋଗ ଦେଲେ ପ୍ରାୟ ଚାରି ଶହ ଡାକ୍ତର ଓ କର୍ମଚାରୀ

କନ୍ଧମାଳ(କେନ୍ୟୁଜ୍):  କନ୍ଧମାଳ ଜିଲ୍ଲାରେ କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଫିରିଙ୍ଗିଆ ବ୍ଲକ ତଳଦଣ୍ଡକିଆ ପଞ୍ଚାୟତ, ଫୁଲବାଣୀ ବ୍ଲକ ବିଶିପଡ଼ା ରାଜୀବ ଗାନ୍ଧୀ ସେବାକେନ୍ଦ୍ର, ଖଜୁରୀପଡ଼ା ବ୍ଲକର ଆର୍‌. ନୂଆଗାଁ ପଞ୍ଚାୟତ ଓ ଚକାପାଦ ବ୍ଲକରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିମସ୍‌ ପକ୍ଷରୁ ଏହି ସ୍ୱାସ୍ଥ୍ୟ ଶିବିର କରାଯାଇଛି। ଏଠାରେ ରୋଗୀଙ୍କୁ ମାଗଣା ଚିକିତ୍ସା ସହ ଔଷଧ ବଣ୍ଟନ କରାଯାଇଛି। ପ୍ରାୟ ଚାରି ଶହ ଡାକ୍ତର ଓ କର୍ମଚାରୀ ଯୋଗ ଦେଇଥିଲେ। ସେହିପରି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଉଫାନ୍ତ ଧରାକୋଟ, ଶୀର୍ଲା, ଦଡକଙ୍ଗିଆ, ସାଇନପଡ଼ା ଅଞ୍ଚଳରେ କିମ୍‌ସ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା। ଦୁର୍ଗମ ଓ ଉପାନ୍ତ ଅଞ୍ଚଳ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଏଭଳି ପଦକ୍ଷେପକୁ ସମସ୍ତେ ଭୂୟଶୀ ପ୍ରଶଂସା କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.