ବୌଦ୍ଧ: କିମ୍ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, ମାଗଣା ଔଷଧ ବଣ୍ଟନ କଲେ କିମ୍ସ ଡାକ୍ତର
ବୌଦ୍ଧ(କେନ୍ୟୁଜ୍): କିମ୍ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କିମ୍ସରୁ ଆସିଥିବା ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରିଥିଲେ। ରାମଗଡ଼ ପଞ୍ଚାୟତର ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ତାଳସରଡ଼ା ପଞ୍ଚାୟତ ବସ୍ତମପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ କଣ୍ଟାମାଳ ବ୍ଲକର ସିଲେଟପଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏହି ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା।