କଟକ: ଗରିବ ରୋଗୀକୁ ଆଉ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବନି କି ବାହାରକୁ ଯିବାକୁ ପଡିବ ନାହିଁ, SCBରେ ଏବେ ହେବ ମାଗଣା ଲିଭର ଟ୍ରାନ୍ସପ୍ଲାଣ୍ଟ

କଟକ(କେନ୍ୟଜ୍):ଚିକିତ୍ସା କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ିଲା କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଉଦ୍‌ଘାଟିତ ହେଲା ଲିଭର ଟ୍ରାନ୍‌ସପ୍ଲାଣ୍ଟ ଓ ଶିଶୁ ଆଲର୍ଜି ଓପିଡି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହାର ଉଦ୍‌ଘାଟନ କରିଛନ୍ତି। ପ୍ରଥମ ଦିନରେ ଆଜି କିଛି ରୋଗୀଙ୍କ ନାମ ଲିଭର ଟ୍ରାନ୍‌ସପ୍ଲାଣ୍ଟ ପାଇଁ ପଞ୍ଜିକରଣ କରାଯାଇଛି। କିଛି ମାସ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ହେପାଟୋଲୋଜି ଓ ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗ ମିଳିତ ସହଯୋଗରେ ଟ୍ରାନ୍‌ସପ୍ଲାଣ୍ଟ ହେବ। ଏହା ସହ ଶିଶୁରୋଗ ବିଭାଗରେ ଶିଶୁ ଆଲର୍ଜି, ଶ୍ୱାସରୋଗ ଓ ଫୁସଫୁସ ବିଭାଗ ବର୍ହିବିଭାଗକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ଏହାସହ ପେଡିଏଟିକ ଆଲର୍ଜି ଓ ଆଜ୍ମାର ଏକ OPDକୁ ମଧ୍ୟ ଉଡଘାଟନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଆଜି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମତେ ଏସସିବି ବଡ଼ ମେଡ଼ିକାଲର ସୁପରିଟେଣ୍ଡେଣ୍ଟ ଡା ଲୁସି ଦାସ, ଏସସିବି ମେଡ଼ିକାଲ କଲେଜର ପ୍ରିନ୍ସିପାଲ(ଡେନ)ଡାକ୍ତର ଦତେଶ୍ୱର ହୋତା, ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା,କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ଅନନ୍ୟା ଦାସ ,ଚୌଦ୍ୱାର କଟକ ବିଧାୟକ ସ୍ୱଭିକ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ଏବେ ଆଉ ସାଧାରଣ ରୋଗୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିବ ନାହିଁ। କାରଣ ଏହି ଚିକିତ୍ସା ଏବେ ଏସସିବି ମେଡିକାଲ ରେ ମାଗଣା ରେ ଉପଲବ୍ଧ ହେବ। ଯକୃତ ବା ଲିଭର ମନୁଷ୍ୟ ଶରୀରର ଏକ ଉପାଦେୟ ଅଙ୍ଗ।ଏହା ମଣିଷର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ପ୍ରୋଟିନ ଓ ହରମୋନ ତିଆରିରେ ସାହାଯ୍ୟ କରେ। ତେବେ ଦୀର୍ଘ ଦିନ ଧରି ଜଣେ ଯକୃତ ରୋଗରେ ଆକ୍ରାନ୍ତ ହେଲେ ଯକୃତ ପୁରା ଅକାମୀ ହୋଇଯାଏ। ସେତେବେଳେ ଯକୃତ ପ୍ରତିରୋପଣର ଆବଶ୍ୟକତା ପଡ଼ିଥାଏ।

ତେବେ ଯଦି ଡାକ୍ତର ଲିଭର ଟ୍ରାନସପ୍ଲାଣ୍ଟର ସିଦ୍ଧାନ୍ତ ନିଅନ୍ତି ତେବେ ରୋଗୀ ର ନିକଟତମ ସମ୍ପର୍କୀୟ ମାନଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କ ଲିଭରର କିଛି ଅଂଶ ଦାନ କରିବାକୁ ପଡ଼ିଥାଏ। ଅନ୍ୟ ଏକ ବିକଳ୍ପ ହେଉଛି କାଡାଭାରିକ ଅର୍ଥାତ ମସ୍ତିଷ୍କ ମୃତ ରୋଗୀଙ୍କ ଶରୀରରୁ ଲିଭର ନେଇ ରୋଗୀର ଶରୀରରେ ପ୍ରତିରୋପଣ କରିବା।

ହେପାଟୋଲୋଜି ଓ ଗ୍ୟାଷ୍ଟୋସର୍ଜରୀ ବିଭାଗର ମିଳିତ ସହଯୋଗରେ ଏହି ଅପରେସନ କରାଯିବ।ଏହି ଟ୍ରାନସପ୍ଲାଣ୍ଟ ପାଇଁ ସାଧାରଣତଃ ୨୫ ରୁ ୩୦ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ଏବେ ଏସସିବି ରେ ମାଗଣାରେ ଉପଲବ୍ଧ ହେବ। ଆଜି କିଛି ରୋଗୀ ଙ୍କ ଓପିଡିରେ ନାମ ପଞ୍ଜିକରଣ କରାଯାଇଅଛି। କିଛି ମାସ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ତେବେ ଭାରତ ବର୍ଷରେ ଏହି ବିରଳ ପ୍ରତିରୋପଣ ଚିକିତ୍ସା ଏବେ କଟକରେ ମାଗଣାରେ ମିଳିବାକୁ ଥିବାରୁ ରୋଗୀ ଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.