ଏଣିକି ଶ୍ରୀମନ୍ଦିରରେ ମିଳିବ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ

ପୁରୀ : ଏଣିକି ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ମିଳିବ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି ସୂଚନା ଦେଇଛନ୍ତି । ଭାରତବର୍ଷର ବିଭିନ୍ନ ଧର୍ମ ଓ ଦେବ ସ୍ଥଳୀରେ ଭକ୍ତଙ୍କୁ ମାଗଣା ପ୍ରସାଦ ଯୋଗାଯାଉଥିବାବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ କୁଡୁଆ ଯୋଗାଇବାକୁ ସରକାର ଯୋଜନା କରୁଛନ୍ତି ।

ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ଯୋଜନା ହେବ । ଏ ବାବଦରେ ବର୍ଷକୁ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ସରକାରଙ୍କୁ ବର୍ଡନ ନ କରି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ନିଆଯିବ । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଭକ୍ତ ସ୍ୱାଗତ କରିଛନ୍ତି । ତେବେ ଏଥିପାଇଁ ପୁରୀର ବୁଦ୍ଧିଜୀବୀଙ୍କୁ ନେଇ କମିଟି କରିବାକୁ ପ୍ରସ୍ତାବ ଦିଆଯାଇଛି ।

ସେହିପରି ଆଉ ଦୁଇ ତିନି ଦିନ ଭିତରେ ରତ୍ନଭଣ୍ଡାର ଜିପିଆରଏସ ରିପୋର୍ଟ ଆସିବ । ତେବେ ସୁଡଙ୍ଗ ରହସ୍ୟ ଏହି ରିପୋର୍ଟ ଦ୍ୱାରା ଉନ୍ମୋଚିତ ହେବ ନାହିଁ ।  ଭିତର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ସହ ଭିତର ରତ୍ନଭଣ୍ଡାର ମରାମତି ନିହାତି ଆବଶ୍ୟକ ବୋଲି ସେବାୟତ କହିଛନ୍ତି ।

You might also like