ସବୁ ସରକାରୀ ମେଡିକାଲ କଲେଜରେ ମିଳିବ ମାଗଣା ଚିକିତ୍ସା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସବୁ ସରକାରୀ ମେଡିକାଲ କଲେଜରେ ମିଳିବ ମାଗଣା ଚିକିତ୍ସା । ଫେବ୍ରୁଆରୀ ଏକ ତାରିଖରୁ ଏହା ଲାଗୁ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୂର୍ବରୁ କେବଳ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଏହା ମିଳୁଥିଲା । ଏଥିପାଇଁ ରୋଗୀଙ୍କୁ କୌଣସି ଆୟକର ପ୍ରମାଣ ପତ୍ର କିମ୍ବା ସ୍ଥାୟୀ ବାସିନ୍ଦାର ପ୍ରମାଣପତ୍ର ଦେବାକୁ ପଡିବ ନାହିଁ । ସରକାରୀ ମେଡିକାଲରେ ରୋଗୀଙ୍କୁ ମାଗଣାରେ ଆଇସିୟୁ, ସର୍ଜରୀ, ଓଟି ସୁବିଧା ଓ ବେଡ ମିଳିବ ।

21 ସେହିପରି APL ଓ BPL ହିତାଧିକାରୀଙ୍କୁ ମିଳିବ ମାଗଣା ରକ୍ତ । ଏଥିପାଇଁ ରାଜ୍ୟ ବଜେଟରେ ଅତିରିକ୍ତ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ୨୦୧୮ ମସିହା ଅଗଷ୍ଟ ୧୫ ତାରଖରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର‌୍ୟ୍ୟକାରୀ ହେଉଛି । ଯୋଜନା ଆରମ୍ଭର ୫ ମାସ ଭିତରେ ୨ କୋଟି ୨୫ ଲକ୍ଷ ଥର ଲୋକେ ସ୍ୱାସ୍ଥ୍ୟସେବାର ଫାଇଦା ଉଠାଇଛନ୍ତି । ସେହିପରି ତାଲିକାଭୁକ୍ତ ବେସରକାରୀ ମେଡିକାଲରୁ ସରକାରୀ ହସ୍ପିଟାଲ ପର‌୍ୟ୍ୟନ୍ତ ୭୦ ଲକ୍ଷ ପରିବାର ଯୋଜନା ଫଳରେ ଉପକୃତ ହେଉଥିବା ସରକାରୀ ତଥ୍ୟରୁ ଜଣାପଡିଛି । ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ବ୍ୟବସ୍ଥା ଥିବା ବେଳେ ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କାର ବୀମା ରହିଛି ।