ପଞ୍ଚଭୂତରେ ଲୀନ ହେଲେ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ, ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଜନ୍ମମାଟି ଯାଜପୁର ଜିଲ୍ଲା ବାଲିପଡିଆରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ୍ୟ ସମ୍ପନ୍ନ । ଗତକାଲି କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା ।

ଯାଜପୁର (କେନ୍ୟୁଜ): ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଜନ୍ମମାଟି ଯାଜପୁର ଜିଲ୍ଲା ବାଲିପଡିଆରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ୍ୟ ସମ୍ପନ୍ନ । ଗତକାଲି ୧୦୨ ବର୍ଷ ବୟସରେ କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ଆଜି ମରଶରୀର ଯାଜପୁରରେ ପହଂଚିବା ପରେ ବିଭିନ୍ନ ସ୍ଥାନରେ ଦିଆଯାଇଥିଲା ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।
ଏକ ଶୋଭାଯାତ୍ରାରେ ମରଶରୀର ଜନ୍ମମାଟି ବାଲିପଡ଼ିଆ ଗ୍ରାମରେ ପହଂଚିବା ପରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା । ନୀଳମଣି ସାମଲ ଅମର ରହେ ଧ୍ୱନୀରେ କମ୍ପି ଉଠିଥିଲା ସମଗ୍ର ପରିବେଶ । ଗ୍ରାମରେ ଥିବା ଠକର ବାପା ଆଶ୍ରମରେ ମରଶରୀରରେ ଜାତୀୟ ପତାକା ପକାଯାଇ ସମ୍ମାନ ପ୍ରଦାନ କରାଯାଇଥିଲା । ପରେ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ହୋଇଛି ସମ୍ପର୍ଣ୍ଣ ହୋଇଛି । ଏହି ସମୟରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ବରୀ ବିଧାୟିକା ସୁନନ୍ଦା ଦାସ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋର, ଏସପି ଭିନିତ ଅଗ୍ରୱାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଗତକାଲି ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଥିଲେ । ଏହାସହ ସ୍ବର୍ଗତ ନୀଳମଣିଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ ।