କ୍ରାନ୍ତି ଦିବସରେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେବେ ଯାଜପୁରର ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଯାଜପୁର:  ବଡଚଣା ବ୍ଲକ ବାଲିପଡିଆ ଗାଁର ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ବୟସ ୯୫ ଛୁଇଁଲାଣି ତଥାପି ସେ ଚଳଚଞ୍ଚଳ, ଏବେ ବି ଦେଶ ମାତୃକାର ସେବା କରିବା ପାଇଁ ମନରେ ଭରି ରହିଛି ଅଦମ୍ୟ ସାହସ । ମାତ୍ର ୧୯ବର୍ଷ ବୟସରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାରେ ସାମିଲ୍‌ ହୋଇଥିଲେ । ଆସନ୍ତା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେବେ । ଏନେଇ ନୀଳମଣି ସାମଲ ଖୁସିବ୍ୟକ୍ତ କରିଛନ୍ତି ।
ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ପୂର୍ବରୁ ରାଷ୍ଟ୍ରପତିଙ୍କ ଦ୍ୱାରା ଦୁଇ ଦୁଇଥର ସମ୍ମାନିତ ହୋଇଛନ୍ତି । କେବଳ ସେତିକି ନୁହେଁ, ଜିଲ୍ଲା ତଥା ଜିଲ୍ଲା ବାହାରୁ ତାଙ୍କୁ ମିଳିଛି ଅନେକ ସମ୍ମାନ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.