ମନେ ପଡୁଛନ୍ତି ନେତାଜୀ : ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ବୋଷଙ୍କ ଜନ୍ମ ଜୟନ୍ତୀରେ ଝୁରୁଛି ଦେଶ

(କେନ୍ୟୁଜ୍): ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଭାରତର ସ୍ୱାଧୀନତା ସଂଗ୍ରାମର ଅନିର୍ବାଣ ଦୀପଶିଖା , ତେଜମୟ ବ୍ୟକ୍ତିତ୍ୱ ଓ ଉତ୍ସର୍ଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ନେତାଜୀ। ସେଥିପାଇଁ ଚଳଚଞ୍ଚଳ କଟକ ଓଡିଆ ବଜାରରେ ଥିବା ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ , ଜାନକୀନାଥ ଭବନ । କୋଭିଡ୍‌ କଟକଣା ଭିତରେ ଆୟୋଜିତ ହେଉଛି କାର୍ଯ୍ୟକ୍ରମ। ସଂଗ୍ରାହଳୟ ପରିସରରୁ ସୁନ୍ଦର ଭାବେ ପୁଷ୍ପମାଳରେ ସଜାଯାଇଛି।

ଏହି ଅବସରରେ ନେତାଜୀଙ୍କ ବୀରତ୍ୱର କାହାଣୀ, ଆଦର୍ଶ ଓ ଜୀବନୀର ବିଶେଷ ଘଟଣାବଳୀକୁ ନେଇ ୧୫ଟି ଭାସ୍କର୍ଯ୍ୟ କଳକୃତି ପ୍ରଦର୍ଶନ କରାଯିବ। ସଂସ୍କୃତି ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନେତୀଜୀଙ୍କ ପ୍ରତ୍ତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। କୋଭିଡ୍‌ କଟକଣା ପାଇଁ ସର୍ବସାଧାରଣଙ୍କୁ ପ୍ରବେଶ ଅନୁମତି ଦିଆଯାଇନାହିଁ। ୧୮୯୭ ଜାନୁଆରୀ ୨୩ରେ ଜନ୍ମ ଗ୍ରହଣ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ।

କଟକ ଓଡ଼ିଆ ବଜାରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଜାନକୀନାଥ ବୋଷ ଓ ମାଆଙ୍କ ନାମ ପ୍ରଭାବତୀ ଦେବୀ । ତାଙ୍କ ବାପା ଥିଲେ ପେସାରେ ଜଣେ ଆଇନଜୀବୀ । ସେ ସମୟରେ ସେ ଥିଲେ ଜଣେ ସରକାରୀ ଓକିଲ । ସୁଭାଷ ଥିଲେ ତାଙ୍କ ବାପା ମାଆଙ୍କର ନବମ ସନ୍ତାନ ଓ ଷଷ୍ଠ ପୁଅ । ୧୯୦୨ ମସିହାରେ ସୁଭାଷ କଟକ ବାପ୍ଟିଷ୍ଟ ମିଶନ ସ୍କୁଲରେ ପାଠପଢା ଆରମ୍ଭ କରିଥିଲେ । ଏହି ସ୍କୁଲରେ ସେ ଇଂରାଜୀ ମିଡିୟମରେ ପାଠ ପଢୁଥିଲେ । ତାଙ୍କ ବାପା ଚାହୁଁଥିଲେ, ତାଙ୍କ ପିଲାମାନେ ଭଲ ଇଂରାଜୀ ଲେଖନ୍ତୁ ଓ କୁହନ୍ତୁ । ଏହା ପରେ ୧୯୦୯ ମସିହାରେ ରେଭେନ୍ସା କଲିଜିଏଟ ସ୍କୁଲରେ ପଢିଥିଲେ ପାଠ। ଛାତ୍ରାବାସର ୧୧ନମ୍ବର ପ୍ରକୋଷ୍ଠରେ ନେତାଜୀ ରହୁଥିଲେ। ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ପାଇଁ କୋଲକାତା ଗଲେ। ତା ପରଠାରୁ ବାହାରେ କଟିଲା ତାଙ୍କର ସମୟ। ସ୍ୱାଧୀନତା ସଂଗ୍ରାମରେ ସାଜିଲେ ସାରଥୀ।

qwe

୧୯୨୩ ମସିହାରେ ସେ ସର୍ବ ଭାରତୀୟ ଯୁବ କଂଗ୍ରେସର ସଭାପତି ଓ ବେଙ୍ଗଲ କଂଗ୍ରେସର ସଂପାଦକ ହୋଇଥିଲେ । ପରେ ଭାରତୀୟ କଂଗ୍ରେସର ସଭାପତି ହୋଇଥିଲେ । ତେବେ ଅହିଂସା ଉପରେ ସ୍ୱାଧୀନତା ସମ୍ଭବ ନୁହେଁ ବୋଲି କହିବାରୁ ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହ ତାଙ୍କର ମତଭେଦ ହୋଇଥିଲା । ଏହା ପରେ ସେ କଂଗ୍ରେସରୁ ଅଲଗା ହୋଇ ଫରୱାର୍ଡ ବ୍ଲକ ଗଠନ କରିଥିଲେ ଓ ଇଂରେଜ ମାନଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଥିଲେ । ସୁଭାଷ ବଦଳାଇ ଦେଇଥିଲେ ଇତିହାସର ମୋଡ ।

ମୋତେ ରକ୍ତଦିଅ ମୁଁ ସ୍ୱାଧୀନତା ଦେବି ବୋଲି ଡାକରା ଦେଇ ସେ ଆଜାଦ୍ ହିନ୍ଦ ଫୌଜ ଗଠନ କରିଥିଲେ । ବିଦେଶ ଯାଇ ବ୍ରିଟିଶରଙ୍କୁ ଚ୍ୟାଲେ଼ଞ୍ଜ କରିଥିଲେ । ସେମାନଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲେ । ତେବେ ୧୯୪୫ ମସିହାରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବାର ଖବର ପ୍ରଚାରିତ ହୋଇଥିଲା । ତେବେ ଏହା ସତ ନା ମିଛ, ସେ ନେଇ ବିବାଦ ରହିଛି ।

ନେତାଜୀ ସୁବାଷ ବୋଷଙ୍କ ଜୀବନୀ ସଂପର୍କିତ ଅନେକ ତଥ୍ୟ ଓ ଘଟଣାବଳୀ ଲୋକଲୋଚନକୁ ଆସିଛି। କିନ୍ତୁ କିଛି ଉପରୁ ହଟି ପାରିନାହିଁ ପରଦା। ଅନେକ କଥା ଅସମାହିତ ପ୍ରଶ୍ନ ହୋଇ ଏବେ ମଧ୍ୟ ରହିଯାଇଛି। ନେତାଜୀଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବା ପାଇଁ ନେତାଜୀଙ୍କ ପରିବାର ପକ୍ଷରୁ ଅତୀତରେ ବିଭିନ୍ନ ସମୟରେ ଦାବି ରହିଆସୁଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ଆଜି ମଧ୍ୟ ରହସ୍ୟ ହୋଇରହିଛି। ପ୍ରତ୍ୟେକ ଭାରତୀୟଙ୍କ ମନରେ ଏକ ଅସମାହିତ ପ୍ରଶ୍ନ ହୋଇ ଉଙ୍କିମାରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.