ନୂଆପଡା: ଅବହେଳିତ ସହିଦ ସ୍ମୃତିସ୍ତମ୍ଭ, ଦୁର୍ଦ୍ଦଶାରେ ବିପ୍ଲବୀଙ୍କ ପରିବାର

ନୂଆପଡ଼ା ଜିଲ୍ଲାର ସାଲିଆ ଗାଁ । ଗାଁର ଅନେକ ବିପ୍ଳବୀ ଦେଶ ପାଇଁ ସହିଦ ହୋଇଛନ୍ତି । ହେଲେ ପରିବର୍ତ୍ତିତ ସ୍ଥିତିରେ ବିପ୍ଲବୀଙ୍କ ପରିବାର ଲୋକେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ସହିଦଙ୍କ ସ୍ମୃତିସ୍ତମ୍ଭ ମଧ୍ୟ ଅବହେଳିତ ଅବସ୍ଥାରେ ପଡିରହିଛି।

ଅବହେଳିତ ସହିଦ ସ୍ମୃତିସ୍ତମ୍ଭ । ନୂଆପଡା ଜିଲ୍ଲାର ସାଲିହା ଗାଁ । ଗାଁର ଅନେକ ସ୍ୱାଧୀନତା ସଂଗ୍ରାମୀ ଆଇନ ଅମାନ୍ୟ ଆନ୍ଦୋଳନରେ ସାମିଲ ହୋଇ ସହିଦ ହୋଇଥିଲେ । ହେଲେ ଏପର୍ଯ୍ୟନ୍ତ ସହିଦଙ୍କ ପରିବାରକୁ ଭତ୍ତା ପ୍ରଦାନ କରା ଯାଇନାହିଁ । ଏପରିକି ସହିଦଙ୍କ ସ୍ମୃତିସ୍ତମ୍ଭ ଭାଙ୍ଗିରୁଜି ଗଲାଣି ।

ଦେଶ ମାତୃକା ପାଇଁ ଜୀବନ ଦେଇଛନ୍ତି ଗାଁର ବିପ୍ଳବୀ । ହେଲେ ଏବେ ତାଙ୍କ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ସହିଦଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ସହିଦ ସ୍ମୃତି ପରିଷଦର ସଦସ୍ୟମାନେ ଜିଲ୍ଲାପ୍ରଶାସନ ନିକଟରେ ଦାବି କରିଛନ୍ତି । ଆଗାମୀ ଦିନରେ ସ୍ମୃତିପୀଠର ବିକାଶ କରାଯିବ ବୋଲି ସାଂସଦ ବସନ୍ତ କୁମାର ପଣ୍ଡା ପ୍ରତିଶ୍ରୁତି ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.