କିଟ୍ ଓ କିସ୍ ପରିଦର୍ଶନରେ ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଥେରି ମାଥୋ, କିସ୍ ର କଲେ ଉଚ୍ଚ ପ୍ରଶଂସା

ଭୁବନେଶ୍ୱର : ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଥେରି ମାଥୋ ଆଜି କିଟ୍ ଓ କିସ୍ ପରିଦର୍ଶନ କରିଥିଲେ । ସେ କିଟ୍ ର ବିଭିନ୍ନ କ୍ୟାମ୍ପସ ଵୁଲି ଦେଖିଵା ସହ କିସ୍ ର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ । ସେ କିସ୍ ର ଉଚ୍ଚ ପ୍ରଶଂସା କରି କହିଥିଲେ ଏଠାରେ ପିଲାମାନଙ୍କୁ ଶିକ୍ଷା ସହ କ୍ରୀଡ଼ା, ଧନ୍ଦାମୂଳକ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଉଥିବା ଖୁସିର କଥା । ଏଭଳି ଏକ ଅନୁଷ୍ଠାନ ଦେଖି ସେ ଆଶ୍ଚର୍ଯ୍ୟ ଚକିତ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ, କିସ୍ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ, ଉପ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।