ହକି ଇଣ୍ଡିଆ ଲିଗ୍ ଫାଇନାଲରେ ସାରା ଅଲ୍ଲୀ ଖାଁଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରବଳ ଜନସମାଗମ

ରାଉରକେଲା : ଗତକାଲି ସନ୍ଧ୍ୟାରେ ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ରେ ହକି ଇଣ୍ଡିଆ ଲିଗ୍ ର ଫାଇନାଲ ମ୍ୟାଚ ।  ଏହି ଫାଇନାଲ ମ୍ୟାଚରେ ମୂଖ୍ୟ ଅତିଥି ଭାବେ ମୂଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝି, କ୍ରୀଡାମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ ।  ଫାଇନାଲ ମ୍ୟାଚ ପୂର୍ବରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍ ଚଳଚ୍ଚିତ୍ର ତାରକା ସାରା ଅଲ୍ଲୀ ଖାଁ ଓ ତାଙ୍କ ଟିମ୍ ପ୍ରଦର୍ଶିତ କଲେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିବା ପାଇଁ ୨୦ ହଜାର ଲୋକଙ୍କ ପାଇଁ ହୋଇଥିବା ଏହି ଷ୍ଟାଡିୟମ୍ ରେ ପ୍ରାୟ ୩୦ ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ଷ୍ଟାଡିୟମ୍ ର ଗେଟ୍ ସମ୍ମୁଖରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିଲା ।  ଷ୍ଟାଡିୟମ୍ ଭିତରେ ସାରା ଅଲ୍ଲୀ ଖାଁ ଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ବାହାରେ ସାରା ଅଲ୍ଲୀ ଖାଁ ଙ୍କ ଗୋଟିଏ ଝଲକ ପାଇବା ପାଇଁ ବଳ କଷାକଷି କରି ଗେଟ୍ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ସାରା ଅଲ୍ଲୀ ଖାଁ ଙ୍କ ପ୍ରଶଂସକଙ୍କୁ ଆୟତ୍ତ କୁ ଆଣିବା ପାଇଁ ସ୍ଥାନୀୟ ପୋଲିସକୁ ନାକେଦମ ହେବାକୁ ପଡିଥିଲା ।

କେତେକ ସ୍ଥାନରେ ଗେଟ୍ ଭାଙ୍ଗି ଦର୍ଶକଙ୍କ ପ୍ରବେଶକୁ ବିରୋଧ କରୁଥିବା ପୋଲିସ୍ ଓ ଲୋକମାନଙ୍କ ମଧ୍ୟରେ ଠେଲାପେଲା ଯୋଗୁଁ କିଛି ମହିଳା ଏବଂ ଛୋଟ ପିଲା ସାମାନ୍ୟ ଆଘାତ ପାଇଥିଲେ।  କୋୖଣସି ଏକ ବଡ଼ ଧରଣର ପରିସ୍ଥିତି ଉପୁଜିବା ପୂର୍ବରୁ ପୋଲିସ ପକ୍ଷରୁ ଆୟତ୍ତକୁ ଅଣାଯାଇଥିଲା ।

Also read: ଓଡ଼ିଶାରେ ପୁଣି ହକି ମହାକୁମ୍ଭ: ୨୮ରୁ ଝଲସିବ ବିର୍ସା ମୁଣ୍ଡା ଷ୍ଟାଡିୟମ