ବଚସା ହେଲା କାଳ: ସାଙ୍ଗର ମୁଣ୍ଡକୁ ହାତୁଡ଼ିରେ ପିଟି ପିଟି ହତ୍ୟା କଲା ସାଙ୍ଗ
ଯୋଡ଼ା : ସାଙ୍ଗ ନେଲା ସାଙ୍ଗର ଜୀବନ ! । ଯୋଡ଼ା ପୌରାଞ୍ଚଳ ୱାର୍ଡ ନଂ-୬ ଵାଚୁ ହଟିଂରେ ହତ୍ୟାକାଣ୍ଡ ଘଟିଛି । ସାଙ୍ଗର ମୁଣ୍ଡକୁ ହାତୁଡ଼ିରେ ପିଟି ପିଟି କଲା ହତ୍ୟା । ମୃତକ ହେଲେ ଭାଗବତ ବେଶ୍ରା । ଅଭିଯୁକ୍ତ ଦୁର୍ଗା ନାଏକ ଫେରାର ଥିବା ସୂଚନା ମିଳିଛି । ହତ୍ୟା ପଛର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଯୋଡ଼ା ପୋଲିସର ତନାଘନା ତଦନ୍ତ ଆରମ୍ଭ କରିଛି । ଆକ୍ରମଣରେ ଆଉ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ ଭାଗବତ ନିଜ ସାଙ୍ଗ ଦୁର୍ଗା ନାୟକ ଓ ଦଶରଥ କାରୁଆଙ୍କ ସହ ନିଜ ଘରେ ରହୁଥିଲେ । ମାତ୍ର ଗତ ରାତିରେ କୌଣସି ଘଟଣାକୁ ନେଇ ୩ ସାଙ୍ଗଙ୍କ ମଧ୍ୟରେ ବଚସା ହେଲା । ଏଥିରେ ଉତ୍ତ୍ୟକ୍ତ ଦୁର୍ଗା ଭାଗବତିଙ୍କ ମୁଣ୍ଡ ଛେଚି ହତ୍ୟା କରିଛନ୍ତି । ଏହି ଆକ୍ରମଣରେ ଦଶରଥ କାରୁଆଙ୍କର ମଧ୍ୟ ମୁଣ୍ଡ ଫାଟିଛି । ସେ ଏବେ ଯୋଡ଼ା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ କ’ଣ ପାଇଁ ଏପରି ଘଟଣା ଘଟିଲା ଏହା ପଛର କାରଣ କ’ଣ ତାହା ଜଣାପଡ଼ିନି ।