ସାଙ୍ଗ ପାଇଁ ଜୀବନ ହାରିଲା ସାଙ୍ଗ: ସାମାନ୍ୟ ଝଗଡ଼ାରୁ ଫାଶୀ ଲଗାଇ ଝୁଲି ପଡିଲେ ସୌଭାଗିନୀ

ପାରାଦୀପ: ସାଙ୍ଗ ପାଇଁ ଜୀବନ ହାରିଲା ସାଙ୍ଗ। ସାମାନ୍ୟ ଝଗଡ଼ାରୁ ଚାଲିଗଲା ଜୀବନ। ପାରାଦୀପଗଡ଼ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଗଡ ଗାଁର ମହେନ୍ଦ୍ର ସେଠୀଙ୍କ ଝିଅ ସୌଭାଗିନୀ ଓ ପାଖ ଗାଁର ଅନ୍ୟ ଏକ ଝିଅ ଦୁଇ ଜଣ କେନ୍ଦ୍ରାପଡ଼ା କଲେଜରେ ଯୁକ୍ତ ଦୁଇରେ ପଢୁଥିଲେ। ଦୁଇ ଜଣ ବହୁଲ ଭଲ ସାଙ୍ଗ ଥିଲେ।

ହେଲେ କୌଣସି କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାକୁ ନେଇ ସୌଭାଗିନୀ ମାନସିକ ଚାପରେ ଥିଲେ। ପରିବାରର ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ସୌଭାଗିନୀ ବେକରେ ଫାଶୀ ଲଗାଇ ଝୁଲି ପଡିଥିଲେ। ପରିବାରଲୋକେ ତାଙ୍କୁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.