ରାଜ୍ୟ

ଝାରସୁଗୁଡ଼ା:ତୈଳ ଦର ପ୍ରତିବାଦ ପହଞ୍ଚିଲା ବିବାହ ମଣ୍ଡପରେ, ପଇସା ବଦଳରେ ନବଦମ୍ପତିଙ୍କୁ ପେଟ୍ରୋଲ ଉପହାର ଦେଲେ ସାଙ୍ଗସାଥି

ଝାରସୁଗୁଡ଼ା (କେନ୍ୟୁଜ୍):  ଦେଶ ସହ ରାଜ୍ୟରେ ବଢ଼ିଚାଲିଛି ତୈଳଦର । ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ୮୭ ଟଙ୍କା ଉପରେ ରହିଛି । ପେଟ୍ରୋଲ ତ ପେଟ୍ରୋଲ ଡିଜେଲ ଦର ବି ୮୫ ଟଙ୍କା ଉପରେ । ଯାହାର ସିଧା ପ୍ରଭାବ ପଡ଼ିଛି ସାଧାରଣ ଜନଜୀବନ ଉପରେ । ଏହାକୁ ନେଇ ବିବାହ ବେଦୀରେ ଦେଖିବାକୁ ମିଳିଛି ନିଆରା ପ୍ରତିବାଦ ।

ଝାରସୁଗୁଡ଼ା ପୁରୁଣାବସ୍ତିରେ ଘନଶ୍ୟାମ ପଟ୍ଟନାୟକଙ୍କ ପୁଅବୋହୂ ଦେବାଶିଷ ଓ ଶିବାନୀଙ୍କୁ ବିବାହରେ ପେଟ୍ରୋଲ ଉପହାର ଭାବେ ମିଳିଛି । ବଢ଼ି ଚାଲିଥିବା ଦରକୁ ଦେଖି ଦେବାଶିଷଙ୍କ ସହପାଠୀ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ବିବାହ ଉତ୍ସବରେ ପେଟ୍ରୋଲ ଉପହାର ଭାବେ ଦେଇ ପ୍ରତିବାଦ କରିବା ଅନେକଙ୍କୁ ଆଶ୍ଚମ୍ବିତ କରିଥିବା ବେଳେ ଅନେକ ସ୍ୱାଗତ ମଧ୍ୟ କରିଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

2 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

3 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

4 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

6 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

6 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

7 hours ago