ଭଞ୍ଜନଗର (କେନ୍ୟୁଜ୍) : ବର୍ଷା ଅଭାବ, ଚିନ୍ତାରେ ଚାଷୀ। ଅଭାବୀ ବର୍ଷା ଠାରୁ ଆହୁରି ଯନ୍ତ୍ରଣାଦାୟକ ହୋଇଛି ଖରାର ପ୍ରକୋପ। ଯାହାଦ୍ୱାରା ବର୍ଷା ପାଣିକୁ ଚାହିଁରହିଥିବା ଚାଷୀର ଧାନତଳି ପୋଡିଗଲାଣି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଳକରେ ଦେଖାଦେଇଛି ଏଭଳି ପରିସ୍ଥିତି। ପ୍ରକୃତି ଉପରୁ ଭରଷା ତୁଟିବା ପରେ ଏବେ ଦୈବୀ କୃପା ଓ ପୂଜାର୍ଚ୍ଚନା ଭଳି ପରମ୍ପରାରେ ବିଶ୍ୱାସ କରିଛନ୍ତି ଚାଷୀକୂଳ।
କିଏ ଇନ୍ଦ୍ର ଦେବତାଙ୍କୁ ପୂଜା କରୁଛି ତ, ଆଉ କିଏ ବେଙ୍ଗ-ବେଙ୍ଗୁଲିଙ୍କୁ ବାହାଘର କରାଉଛନ୍ତି। ଦୁନିଆ ଏତେ ଉନ୍ନତି କରିବା ପରେ ମଧ୍ୟ ଏବେବି ଲୋକଙ୍କ ମନରେ ବିଶ୍ୱାସ ରହିଛି ଯେ ଏସବୁ କଲେ ଧାନ କ୍ଷେତ ହସିଉଠିବ ଏବଂ ଚାଷ କାର୍ଯ୍ୟ ହେବ।
ଭଞ୍ଜନଗର କୃଷି ଜିଲ୍ଲାରେ ଜୁନ-ଜୁଲାଇ ମାସରେ ଅନ୍ତତଃ ୩୩୧ ମିଲିମିଟର ବର୍ଷା ହେବା କଥା। କିନ୍ତୁ ଜେଲାଇ ମାସ ସରିବାକୁ ବସିଲାଣି ତଥାପି ବର୍ଷା ଦେଖା ନାହିଁ। ତେବେ କୃଷି ଅଧିକାରୀ କହିଛନ୍ତି ଯଦି ଆସନ୍ତା ସପ୍ତାହକ ମଧ୍ୟରେ ଯଦି ସ୍ୱାଭାବିକ ବର୍ଷା ନ ହୁଏ ତେବେ ଧାନ ଚାଷ ପାଇଁ ପରସ୍ଥିତି ସଙ୍ଗୀନ ହୋଇପଡିବ।