ବର୍ଷା ପାଇଁ ଏବେ ଭଗବନାଙ୍କ ଶରଣରେ ଚାଷୀ, ପାଣି ପାଇଁ କରୁଛନ୍ତି ବେଙ୍ଗ ବେଙ୍ଗୁଲି ବାହାଘର

ସୁନ୍ଦରଗଡ (କେନ୍ୟୁଜ) : ତିଅ।ରି ହୋଇଛି ବେଦି, ବରଯାତ୍ରୀରେ ନାଚୁଛନ୍ତି ଲୋକେ,ଭୋଜି ଖାଉଛନ୍ତି ବରଯାତ୍ରୀ, ଦୃଶ୍ଯ ଦେଖିଲେ ଲାଗୁଛି ଏଠି ଚାଲିଛି ସତସତିକା ବାହାଘର, ମାତ୍ର ଏଠି କୌଣସି ପୁରୁଷ ଓ ମହିଳାଙ୍କ ବାହା ଘର ହେଉନାହିଁ ବରଂ ବର୍ଷା ପାଇଁ ଲୋକେ କରୁଛନ୍ତି ବେଙ୍ଗବେଙ୍ଗୁଲିଙ୍କର ବାହାଘର। ରାଜ୍ଯରେ ନିଅଣ୍ଟିଅ। ବର୍ଷା, ଦେଖାଦେଲାଣି ଅ।ସନ୍ନ ମରୁଡି ପରିସ୍ଥିତି। ଚାଷୀ ମାନେ ତ୍ରାହି ତ୍ରାହି ଡାକିଲେଣି, ଚାଷ ଉପରେ ର୍ନିଭର କରି ପରିବାର ପ୍ରତିପୋଷଣ କରି ଅ।ସୁଥିବା ଚାଷୀ ମାନେ ଏବେ ଚିନ୍ତାରେ। ଅ।ଷାଢ,ଶ୍ରାବଣ ପରେ ଏବେ ଭାଦ୍ରବ ସରିବା ଉପରେ ମାତ୍ର ବର୍ଷାର ଦେଖାନାହିଁ। ସତେ ଯେଭଳି ଚଳିତ ବର୍ଷ ଚାଷୀଙ୍କ ସହ ମୌସୁମୀ ଖେଳୁଛି ଲୁଚକାଳି। ବର୍ଷା ଅଭାବରୁ ଜମି ଫାଟି ଅଁ। କରିଥିବା ବେଳେ ପ୍ରଥମ ବର୍ଷାରେ ଚାଷୀ ଯେଉଁ ଧାନ ବୁଣି ଥିଲା ସେ ଧାନ ଗଛ ବର୍ତ୍ତମାନ ମରିବାକୁ ବସିଲାଣି। ଏଭଳି ପରିସ୍ଥିତିରେ ଏବେ ଏକମାତ୍ର ଭରସା ଭଗବାନ। ଲୋକକଥା ରହିଛି ବେଙ୍ଗ ବେଙ୍ଗୁଲି ବାହାଘର ହେଲେ ଇନ୍ଦ୍ର ଦେବ ପ୍ରସନ୍ନ ହୁଅନ୍ତି ଏବଂ ବର୍ଷା ହୁଏ । ଏହିଭଳି ଦୃଶ୍ଯ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ବାଲିପୋଷ ଗାଁରେ।

bengaବେଙ୍ଗ ବେଙ୍ଗୁଲି ବାହାଘର କରିଛନ୍ତି ଚିନ୍ତାରେ ଥିବା ଚାଷୀ । ଅ।ୟୋଜନ ଦେଖିଲେ ଲାଗୁଛି ସତସତିକା ବାହାଘର, ବ୍ରାହ୍ମଣଙ୍କ ମନ୍ତ୍ର ପାଠ, କନିଅ।କୁ ବାଡୁଅ ପାଣିରେ ଗାଧୋଇବା ଠାରୁ ଅ।ରମ୍ଭ କରି ତେଲ ହଳଦି ଲଗାଇବା ସବୁ କିଛି ଦେଖିବାକୁ ମିଳିଛି ଏହି ବାହାଘରରେ।କନ୍ଯା ପକ୍ଷ ବାଲିପୋଷ ଗ୍ରାମର ପ୍ରକାଶ ସା ହୋଇଥିବା ବେଳେ ବରପକ୍ଷ ହୋଇଥିଲେ ବାଘ୍‌ ବୁଡ ଗ୍ରାମର ସୁକାନ୍ତ କୁଜୁର । ବରପକ୍ଷ ଅ।ସି ଗାଁ ମୁଣ୍ଡରେ ପହଂଚିବା ପରେ କନ୍ଯା ପକ୍ଷ ସ୍ୱାଗତ କରିଥିଲେ। ଏହା ପରେ ବରପକ୍ଷ ବାଜା ବଜାଇ ବରଯାତ୍ରୀ ମାନେ ନାଚି ନାଚି କନ୍ଯା ଘରେ ପହଂଚିବା ପରେ ଅ।ରମ୍ଭ ହୋଇଥିଲା ବାହାଘର।

ଚଳିତ ବର୍ଷ ସୁନ୍ଦରଗଡ ଜିଲ୍ଲାରେ ପ୍ରାୟ ୬୪ ପ୍ରତିଶତ କମ୍‌ ବର୍ଷା ହୋଇଛି। ବର୍ଷା ହେଉନଥିବାରୁ ପ୍ରାୟ ଅଂଚଳରେ ପରିସ୍ଥିତି ଖରାପ ରହିଛି ଏଣୁ ବିଶ୍ୱାସ ରହିଛି ଏହି ବାହାଘର କଲେ ନିଶ୍ଚିତ ଭାବରେ ବର୍ଷା ହେବ ଏବଂ ଚାଷୀ କୁଳ ଲାଭ ପାଇବେ ବୋଲି କହିଛନ୍ତି ବଡଗାଁ ବ୍ଲକ ଅଧ୍ୟକ୍ଷା। ତେବେ ସତରେ କଣ ବେଙ୍ଗ ବେଙ୍ଗୁଲୀଙ୍କ ବାହାଘର କଲେ ବର୍ଷା ହୋଇଥାଏ। ଅଦିନିଅ। ବର୍ଷା ଓ ସ୍‌ଳ୍ପ ବୃଷ୍ଟିପାତ ଯୋଗୁଁ ଚିନ୍ତାରେ ଭଗବାନଙ୍କ ଶରଣ ପଶିଥିବା ଚାଷୀ ସତରେ କଣ ପାଣି ପାଇପାରିବେ। ଆଉ ଯଦି ବର୍ଷା ହୋଇଯାଏ ତାହେଲେ ଲୋକକଥା ସତ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.