ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି ୨୦୨୦: ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି ୨୦୨୦ ବା NEP ୨୦୨୦ । ପ୍ରତିକ୍ରିୟା ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହା ଐତିହାସିକ ପଦକ୍ଷେପ । ଶିକ୍ଷା ସରଳୀକାରଣ ହେବ। FLMର ନିପୁଣ ଓଡ଼ିଶା ଲାଗୁ କରାଯିବ । ପ୍ରାଥମିକ ସ୍ତରରେ ପିଲାମାନେ ଭିତ୍ତିଠିକ ରହିବା ନେଇ ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବାକୁ ଯାଉଛନ୍ତି ସରକାର ବୋଲି କହିଛନ୍ତି ।

ଏହା ମଧ୍ୟ କହିଛନ୍ତି ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷା ବି ଦିଆଯାଉଛି ।  ବିଶେଷ କରି ଓଡ଼ିଆ ଭାଷା କଳା ଓ ସଂସ୍କୃତିକୁ ଏଥିରେ ପ୍ରଚାର ପ୍ରସାର କରାଯାଉଛି । NEP ଲାଗୁ ହେଲେ ଜିରୋ ଡ୍ରପ ଆଉଟ ହେବା ଗୁଣାତ୍ମକ ଶିକ୍ଷା ମିଳିପାରିବ ।  ଏଥିରେ ୧୫୬ କୋଟି ବ୍ୟୟ ବରାଦ ହୋଇଛି । ନବମ ଓ ଏକାଦଶ ଶ୍ରେଣୀରେ ପିଲା ମାନେ ନାମ ଲେଖାଇଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ପିଏମ ଶ୍ରୀ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ସହ MOU ସ୍ଵାକ୍ଷର ହୋଇ ଓଡ଼ିଶାର ପ୍ରାୟ ୩୫୦ ସ୍କୁଲ ମିଳିଛି  । ଆହୁରି ସ୍କୁଲ ଏଥିରେ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ ।  ଏହା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ ।

ସୂଚନା ଅନୁସାରେ ଗତକାଲି ଗଣଶିକ୍ଷା ବିଭାଗରେ ଲାଗୁ ହୋଇଛି ଜାତୀୟ ଶିକ୍ଷା ନୀତି-୨୦୨୦ । ଉଚ୍ଚ ଶିକ୍ଷା ପରେ ଏବେ ଗଣଶିକ୍ଷା ବିଭାଗରେ ଏନଇପି ଲାଗୁ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ହୋଇଛି । ୧୦,+୨ ଢାଞ୍ଚାରେ ପରିବର୍ତ୍ତନ କରାଯାଇ, ୫,+୩,+୩,+୪ ଢାଞ୍ଚାରେ ପାଠ ପଢିବା ଉପରେ ଗୁରୁତ୍ବ ଦିଆଯାଇଛି । ଏହି ନୂଆ ଶିକ୍ଷା ନୀତି ଅନୁସାରେ ୩ ବର୍ଷରୁ ପିଲା ସ୍କୁଲ ଯିବେ। ୩ ବର୍ଷରୁ ଅଙ୍ଗନୱାଡି ଯାଇ ପାଠ ପଢିବେ । ୩ରୁ ୬ ବର୍ଷ ପିଲା ଅଙ୍ଗନୱାଡି, ପ୍ରି-ସ୍କୁଲ, ବାଳବାଟିକା ପଢିବେ । ୬ରୁ ୮ ବର୍ଷ ପ୍ରଥମ, ଦ୍ବିତୀୟ ଶ୍ରେଣୀରେ ପଢିବେ । ଏହାପରେ ତୃତୀୟରୁ ପଞ୍ଚମ ୩ ବର୍ଷ ପ୍ରିପେୟାରେଟୋରୀ ପାଠପଢା । ଷଷ୍ଠରୁ ଅଷ୍ଟମ, ତିନି ବର୍ଷ ମିଡିଲ୍ ସ୍କୁଲ ପାଠ ପଢା । ପରେ ନବମରୁ ଦ୍ବାଦଶ ସେକେଣ୍ଡାରୀ ଶ୍ରେଣୀରେ ପାଠ ପଢିବେ । ଜାତୀୟ ଶିକ୍ଷା ନୀତି ଅନୁସାରେ ୧୮ ବର୍ଷରେ ଦ୍ବାଦଶ ପାସ୍ କରିବେ ଛାତ୍ରଛାତ୍ରୀ ।

You might also like