ଆଜିଠୁ କମିବ ବର୍ଷା, ବଢ଼ିବ ଶୀତ : ପଶ୍ଚିମା ଝଡ ପ୍ରଭାବରେ ରହିବ କୋହଲା ପାଗ

ଭୁବନେଶ୍ଵର : କମିବ ବର୍ଷା, ବଢିବ ଶୀତ । ଆଜି ଲଘୁଚାପରେ ପରିଣତ ହେବ ଅବପାତ । ଗୋପାଳପୁର ଠାରୁ ୫୯୦ କିଲୋମିଟର ଦୂର ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ସ୍ଥିର ଅଛି ।  ଏହା କ୍ରମଶଃ ପୂର୍ବ-ଉତ୍ତର ପୂର୍ବ ଆଡକୁ ଗତି କରି ସମୁଦ୍ର ଭିତରେ ହିଁ ଦୁର୍ବଳ ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଫଳରେ ବର୍ଷା କମିବ । ଦୁଇଦିନ ନିର୍ଦ୍ଧୁମ ବର୍ଷିବା ପରେ ଆଜିଠୁ କମିବ ବର୍ଷାର ପରିମାଣ ।

ଗତ ୨୪ଘଣ୍ଟାରେ ୭ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।  ନୟାଗଡର ରଣପୁରରେ ସର୍ବାଧିକ ୧୦୮.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ବେଗୁନିଆରେ ୮୪, ପିପିଲି, ଜଟଣୀ ଓ ଖୋର୍ଦ୍ଧାରେ ୭୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।  ଆଜି ଦକ୍ଷିଣ ଉପକୂଳ ଜିଲ୍ଳାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ।  ବର୍ଷା କମିବା ସହ ରାଜ୍ୟରେ ବଢ଼ିବ ଶୀତ । ପଶ୍ଚିମା ଝଡ ପ୍ରଭାବରେ ଆଜି କୋହଲା ପାଗ ରହିବ । କିଛି ସ୍ଥାନରେ ୨ରୁ ୪ ଡିଗ୍ରି ତାପମାତ୍ରା କମିବ ।  ଦୁଇଦିନ ନିର୍ଦ୍ଧୁମ ବର୍ଷା ଯୋଗୁ ପାଣି ଭିତରେ ରହିଛି ଧାନ ।  ଏପଟେ ୨୭ ତାରିଖରେ ପୁଣି ଘର୍ଣ୍ଣିବଳୟ ସୃଷ୍ଟି ହେବା ପୂର୍ବାନୁମାନ କରାଯାଇଛି ।