କାଲିଠୁ ରାଜ୍ୟରେ ବଦଳିବ ପାଗ, ପଶ୍ଚିମା ଝଡ଼ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ

ସାରା ରାଜ୍ୟରେ ୧୬ ଓ ୧୭ ତାରିଖରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୬ ତାରିଖରେ ୧୩ ଜିଲ୍ଲା ଓ ୧୭ ତାରିଖରେ ୧୨ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର (କେନ୍ୟୁଜ): କାଲିଠୁ ରାଜ୍ୟରେ ବଦଳିବ ପାଗ। ପଶ୍ଚିମା ଝଡ଼ ପ୍ରଭାବରେ ସାରା ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ବର୍ଷା ହେବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ାକୋରାପୁଟ, ଗଜପତି ଓ କନ୍ଧମାଳ ଝିଲ୍ଲାରେ ବିଜୁଳି , ଘଡ଼ଘଡ଼ି ସହ ବର୍ଷା ହେବ। ୧୬ ତାରିଖ ଆଡ଼କୁ ପବନର ବେଗ ମଧ୍ୟ ବଢିବ। ଘଣ୍ଟାପ୍ରତି ପ୍ରାୟ ୪୦ରୁ ୫୦ କିଲୋମିଟର ପହଞ୍ଚିବ।

ସାରା ରାଜ୍ୟରେ ୧୬ ଓ ୧୭ ତାରିଖରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୬ ତାରିଖରେ ୧୩ ଜିଲ୍ଲା ଓ ୧୭ ତାରିଖରେ ୧୨ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡ଼ ସହିତ ଜଡିତ ବାୟୁମଣ୍ଡଳର ମଧ୍ୟଭାଗରେ ଥିବା ଟ୍ରଫ୍‌ଲାଇନ୍‌, ବାୟୁମଣ୍ଡଳର ନିମ୍ନଭାଗରେ ଥିବା ଜଳୀୟବାଷ୍ପପୂର୍ଣ୍ଣ ପୂର୍ବ ଦିଗରୁ ପ୍ରବାହିତ ବାୟୁ ସଂସ୍ପର୍ଶରେ ଆସିବା ଦ୍ୱାରା ପାରିସ୍ପରିକ କ୍ରିୟା ଯୋଗୁଁ ରାଜ୍ୟରେ ବର୍ଷା ହେବ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତିନ ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.