ପ୍ରେମିକ ଜାଳିଦେଲା ପ୍ରେମିକାର ଘର

ଭଦ୍ରକ: ମୁଁ ତୋ ପାଖାପଖିରେ ଅଛି ତତେ ଦେଖା କରିବାକୁ ଚାହୁଁଛି । ଯଦି ମୋତେ ନ ଦେଖା କରିବୁ ତାହାଲେ ଜଣ ଜଣକୁ ହରେଇ ବସିବୁ…ସତ କଥା ଏଇଟା । ୟା ପରେ ମୋତେ ଦୋଷ ଦେବୁନି । ତୁ ଯୋଉଠି ଅଛୁ ମୁଁ ଜାଣିଛି ହେଲା ମୁଁ ରାଗିବିନି ତୁ ମୋତେ ଦେଖା କରିବୁ ଆଜି ହେଲା….ଏ ଥିଲା ପ୍ରେମିକର ମେସେଜ । ଏହି ମେସେଜ ପରେ ପ୍ରେମିକାଙ୍କ ସହ ଯାହା ଘଟିଯାଇଛି ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ …

ହଁ ଆଜ୍ଞା, ଏହି ଘରକୁ ଦେଖନ୍ତୁ କେମିତି ଜଳି ପୋଡ଼ି ଛାରଖାର ହୋଇଯାଇଛି । ଏ କୌଣସି ଅଘଟଣ ନୁହେଁ ଜଣେ ପ୍ରେମିକର ଉନ୍ମକ୍ତ କାଣ୍ଡ । ପ୍ରେମିକା ସହ ମନମାଳିନ୍ୟ ହେବାରୁ ଦେଖା କରିବା ପାଇଁ ମେସେଜ୍ କରିଥିଲେ କିନ୍ତୁ ଯେତେବେଳେ ପ୍ରେମିକା ଦେଖା କରିନଥିଲେ ଏଥିରେ ରାଗିଯାଇ ପ୍ରେମିକ ଜଣକ ନେଇଥିଲେ ଚରମ ପଦକ୍ଷେପ । ଯାହାର ପରିଣାମ ଆପଣ ମାନଙ୍କ ଆଖି ସାମ୍ନାରେ । ପ୍ରେମରେ ଯେବେ ପ୍ରତାରଣା ହୁଏ ସେତବେଳେ ମନରେ ନିଆଁ ଲାଗେ ଆଉ ସେହି ନିଆଁ ଶେଷରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରେ । ପ୍ରଥମେ ବିବାହର ଧମକ ପରେ ମୃତ୍ୟୁର ଧମକ । ଶେଷରେ ପ୍ରେମିକାର ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ନେଇ ଏବେ ଥାନାରେ ପ୍ରେମିକା । ଏଭଳି ଘଟଣା ଭଦ୍ରକ ଧାମନଗର ଅଞ୍ଚଳରେ ଦେଖିବାକୁ ମିଳିଛି ।

ଦୂର ସମ୍ପର୍କୀୟ ଭାଇ ସବୁ କଥାରେ ସହଯୋଗ କରନ୍ତି । ପରେ ପରେ ସମ୍ପର୍କ ନିବଡ ହେବାରୁ ସମ୍ପର୍କୀୟ ଭାଇ କରନ୍ତି ପ୍ରେମ ନିବେଦନ ଯୁବତୀ ଜଣକ ପରିବାର ସମ୍ମତି ପାଇଁ ବୁଝାନ୍ତି ସମ୍ପର୍କୀୟ ଭାଇକୁ । ତାପରେ ଧିରେ ଧିରେ ଭଲପାଇବା ବଢ଼ିଲା ଶେଷରେ ବିବାହ ପାଇଁ ଯେତେବେଳେ କଥା ଉଠିଲା ସେଇଠୁ ଆରମ୍ଭ ହେଲା ବିଶୃଙ୍ଖଳା । ଉଭୟଙ୍କ ମଧ୍ୟରେ ସମ୍ପର୍କ ତୁଟିବା ପରେ ମଧ୍ୟ ପିଛା ଛାଡ଼ି ନଥିଲା ପ୍ରେମିକ । ଯୁବତୀ ଜଣକ ଜେଉଠି ଜବ୍ କରନ୍ତି ସେଠାରେ ପ୍ରେମିକ ପହଞ୍ଚି ବାରମ୍ବାର ଦେଖା କରିବା ପାଇଁ ଡାକିବା ସହ ଧମକ ମଧ୍ୟ ଦିଅନ୍ତି । ଯୁବତୀ ଜଣକ ତାଙ୍କ କଥାରେ ରାଜି ନହେବାରୁ ହତ୍ୟା ଧମକ ଦେବାକୁ ମଧ୍ୟ ପଛାଇ ନାହାନ୍ତି ପ୍ରେମକ । ମତେ ଦେଖା କର ନହେଲେ ଜଣ ଜଣ କୁ ହରେଇବୁ ଏମିତି କିଛି ଧମକପୂର୍ଣ୍ଣ ମ୍ୟାସେଜ ପରେ ପ୍ରେମିକ ଜଣକ ପ୍ରେମିକାର ଘରେ ଘରେ ବିଳମ୍ବିତ ରାତିରେ ନିଆଁ ଲଗାଇଦେଲେ । ଏନେଇ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି ପ୍ରେମିକା ଓ ତାର ପରିବାର ଲୋକେ ।

ଧାମନଗର ଥାନା ଚୁଡାକୁଟି ପଞ୍ଚାୟତ ବିଦ୍ୟାଧରପୁର ଗାଁର ରମେଶ ଦାସଙ୍କ ପୁଅ ଜ୍ୟୋତିରଞ୍ଜନ ଦାସ । ଧାମନଗର ଥାନା ଅଧିନସ୍ଥ  ଆନନ୍ଦପୁର ପଞ୍ଚାୟତ ଗୋପାଳ ସାହିର ଜୈନକ ଯୁବତୀଙ୍କୁ ଭଲପାଇ ଆସୁଥିଲା । ପ୍ରେମିକ ଜ୍ୟୋତିରଞ୍ଜନ ଯୁବତୀଙ୍କୁ ବାରମ୍ବାର ଦେଖା କରିବା ପାଇଁ ବାଧ୍ୟ କରିବା ସହ ବିବାହ ପାଇଁ ଜିଦ ଧରି ବସିଥିଲେ । ପ୍ରେମିକା ବିବାହ ପାଇଁ ରାଜି ନହେବାରୁ ଉଭୟଙ୍କ ଫଟୋ ଭାଇରାଲ କରିବାର ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀ ଜଣକ ।

କେବଳ ସେତିକି ନୁହେଁ  ଦୁଇ ଦୁଇ ଥର ଉକ୍ତ ଯୁବକ ଯୁବତୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଫଳରେ ୫ ବଖରା ଘର ଜଳିଯିବା ସହ ସମସ୍ତ ସୁନା ଗହଣା, ଆସବାବପତ୍ର ,ଚାଉଳ ଓ ସମସ୍ତ ଦରକାରୀ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି । ଯୁବତୀ ଜଣକ ଏନେଇ ଥାନାରେ ଅଭିଯୋଗ କରିବା ପରେ ଧାମନଗର ପୋଲିସ ଘଟଣାର ତଦନ୍ତ କରୁଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ଯୁବତୀଙ୍କ ଅଭିଯୋଗ ପରେ ଯୁବକ ଫେରାର ଅଛି । ତୁରନ୍ତ ପୋଲିସ ଉକ୍ତ ଯୁବକକୁ ଗିରଫ ପାଇଁ ଯୁବତୀ ଓ ପରିବାର ଲୋକେ ଦାବି କରିଛନ୍ତି ।