ପଶ୍ଚିମ ଓଡ଼ିଶାରେ ତୈଳ ସଂକଟ: ଅଧିକାଂଶ ଘରୋଇ ପେଟ୍ରୋଲ ପମ୍ପ ବନ୍ଦ

କେନ୍ୟୁଜ: ପଶ୍ଚିମ ଓଡ଼ିଶାରେ ତୈଳ ସଂକଟ । ଅଧିକାଂଶ ଘରୋଇ ପେଟ୍ରୋଲ ପମ୍ପ ବନ୍ଦ । ଝାରସୁଗୁଡ଼ାକୁ ପାଇପଲାଇନରେ ପେଟ୍ରୋଲ, ଡିଜେଲ ଯୋଗାଣ ବନ୍ଦ । ପଶ୍ଚିମ ଓଡ଼ିଶାର ଏସାର, ରିଲାଏନ୍ସ ଆଦି ଘରୋଇ ପେଟ୍ରୋଲ ପମ୍ପଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦେବା ବନ୍ଦ କରିଦେଲେଣି । ବିପିସିଏଲ, ଏଚପିସିଏଲର ଅଧିକାଂଶ ପେଟ୍ରୋଲ ପମ୍ପରେ ଏବେ ଆଉଟ୍ ଅଫ୍ ଷ୍ଟକ ବୋର୍ଡ ଝୁଲୁଛି ।
ବରଗଡ଼, ବଲାଙ୍ଗିର ଏବଂ ନୂଆପଡ଼ାରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି । ଇଣ୍ଡିଆନ ଅଏଲ କର୍ପୋରେସନ ଝାରସୁଗୁଡ଼ାକୁ ସଂଯୋଗ କରିଥିବା ପାଇପଲାଇନ୍ ଗତ କିଛି ସପ୍ତାହ ହେବ ଅଚଳ ଥିବାରୁ ପାରାଦୀପରୁ ଟ୍ୟାଙ୍କର ଯୋଗେ ତେଲ ଯୋଗାଇ ଦିଆଯାଉଛି । ଯାହା ଫଳରେ ତୈଳ ପରିବହନ ନେଇ ଦେଖାଦେଇଛି ସମସ୍ୟା ।