ଓଲଟିଲା ଗୋରୁ ବୋଝେଇ ଟ୍ରକ, ଦୁର୍ଘଟଣାରେ ୭ଟି ଗୋରୁଙ୍କ ମୃତ୍ୟୁ
ଅନୁଗୁଳ(କେନ୍ୟୁଜ): ଓଲଟିଲା ଗୋରୁ ବୋଝେଇ ଟ୍ରକ। ଦୁର୍ଘଟଣାରେ ୭ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅନ୍ତୁଳିଆ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୋରୁ ବୋଝେଇ ଟ୍ରକଟି ଆଠମଲ୍ଲିକ ପଟୁ ଆସୁଥିବାବେଳେ ଅନ୍ତୁଳିଆ ନିକଟରେ ପୋଲ ଉପରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଗାଡିରେ ଥିବା ୧୩ ଗୋରୁଙ୍କ ମଧ୍ୟରୁ ୭ଟି ଗୋରୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସ୍ଥାନୀୟଲୋକେ ଅନ୍ୟ ଗୋରୁଙ୍କୁ ଉଦ୍ଧାର କରିଛନ୍ତି। ତେବେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଘଟଣାସ୍ଥଳରେ ପହ଼ଞ୍ଚି ତଦନ୍ତ କରୁଛି।