ଆଜି ଅଣସର ପଞ୍ଚମୀ, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ଆଜି ମହାପ୍ରଭୁଙ୍କ ଅଣସର ସେବାର ପଞ୍ଚମ ଦିନ । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଏବେ ଜ୍ଵରରେ ପୀଡିତ ହୋଇ ଅନବସରରେ ଅଛନ୍ତି ।ଆଜି ଲାଗି ହେବ ଫୁଲୁରୀ ତେଲ। ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ତେଲ ପ୍ରସ୍ତୁତି କରାଯାଇଥାଏ। ବଡ଼ ଓଡ଼ିଆ ମଠ ପକ୍ଷରୁ ଚତୁର୍ଦ୍ଧାବିଗ୍ରହଙ୍କ ଲାଗି ଏହି ଫୁଲୁରି ତେଲ ଯୋଗାଯିବ ।

ପୁରୀ (କେନ୍ୟୁଜ): ଆଜି ମହାପ୍ରଭୁଙ୍କ ଅଣସର ସେବାର ପଞ୍ଚମ ଦିନ । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଏବେ ଜ୍ଵରରେ ପୀଡିତ ହୋଇ ଅନବସରରେ ଅଛନ୍ତି । ଅଣସର ପିଣ୍ଡିରେ ପାରମ୍ପରିକ ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କ ଗୁପ୍ତ ଉପଚାର କରାଯାଉଛି । ଆଜି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ନୀତି । ଓଦା ବସ୍ତ୍ର ଓଲାଗି କରିବେ ଦଇତାପତି ସେବାୟତ । ଆଜି ଲାଗି ହେବ ଫୁଲୁରୀ ତେଲ। ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ତେଲ ପ୍ରସ୍ତୁତି କରାଯାଇଥାଏ। ବଡ଼ ଓଡ଼ିଆ ମଠ ପକ୍ଷରୁ ଚତୁର୍ଦ୍ଧାବିଗ୍ରହଙ୍କ ଲାଗି ଏହି ଫୁଲୁରି ତେଲ ଯୋଗାଯିବ ।

ବର୍ଷକ ତଳୁ ଘଣା ପେଡ଼ା ରାଶି ତେଲରେ ବିଭିନ୍ନ ପ୍ରକାର ସୁବାସିତ ଫୁଲ, କର୍ପୁର, ଔଷଧୀୟ ଚେରମୂଳ ଓ ସୁବାସିତ ଦ୍ରବ୍ୟ ପଡ଼ି ଏହାକୁ ମାଟି ତଳେ ପୋତାଯାଇ ପ୍ରସ୍ତୁତ କରାଯାଇଥାଏ । ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପର୍ଣ୍ଣ ପରେ ପତି ମହାପାତ୍ର ସେବକ ଏହାକୁ ସଂସ୍କାର କରି ଦଇତାପତିଙ୍କୁ ଯୋଗାଇ ଦେବା ପରେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମର୍ଦନ କରିବେ । ଶନିବାର ଠାରୁ ମହାପ୍ରଭୁଙ୍କୁ ଓଷ ଲାଗି ହେବ। ସେପଟେ ଅଣସର ସମୟରେ ଦୁଇ ବେଳା ମହାପ୍ରଭୁଙ୍କ ପଣା ଭୋଗ ଓ ଚକଟା ଭୋଗ ଅର୍ପଣ କରିବା ବିଧି ରହିଛି।

 

Leave A Reply

Your email address will not be published.