ସିଲ୍ ହେଲା ରାମମନ୍ଦିର ଫଙ୍କସନ୍ ହଲ୍, ବିଏମସିର ବିନା ଅନୁମତିରେ ଚାଲିଥିଲା ଜନ୍ମଦିନ ପାର୍ଟି

କେନ୍ୟୁଜ୍(ବ୍ୟୁରୋ):  ବିଏମସିର ବିନା ଅନୁମତିରେ ଜନ୍ମଦିନର କାର୍ଯ୍ୟ ପରିଚାଳନା କରିଥିବାରୁ ରାମମନ୍ଦିର ଫଙ୍କସନ୍ ହଲ୍କୁ ସିଲ୍ କଲା ବିଏମସି। ବେଶ୍ ଆଡମ୍ବରରେ ଚାଲିଥିଲା ଜନ୍ମଦିନ କାର୍ଯ୍ୟକ୍ରମ।  ଭୁବନେଶ୍ବର ମହାନଗର ନଗମର ଜୋନାଲ ଡାଇରେକ୍ଟର (ଦକ୍ଷିଣ ପୂର୍ବ) ଅଂଶୁମାନ ରଥ ଘଟଣା ସ୍ଥଳ ପରିଦର୍ଶନ କରି ଜନ୍ମଦିନ କାର୍ଯ୍ୟକ୍ରମ ବନ୍ଦ କରିବା ସହ ଜନ୍ମଦିନ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଆୟାଜକଙ୍କ ଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ।

bmc sealled

କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଏମସିର ପୂର୍ବ ଅନୁମତି ବିନା କୌଣସି କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ ବୋଲି ଅଂଶୁମାନ ରଥ ସୂଚନା ଦେଇଛନ୍ତି।  ସେହିପର କୋଭିଡ଼ କଟକଣାକୁ  ଉଲଂଘଡ଼ ଅଭିଯୋଗରେ କଟକର ସନ୍ ଡାଇଗ୍ନୋଷ୍ଟିକ ସେଣ୍ଟରକୁ   ୭ ହଜାର ଟଙ୍କା ଜରିମାନ କରିଛି ସିଏମସି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.