ପାଟଣାଗଡ଼ରେ ବାଣ ବିସ୍ଫୋରଣ, ଜଳି ଗଲା ଆସବାବପତ୍ର ଓ ଦୁଇ ବାଇକ୍

ପାଟଣାଗଡ଼ : ପାଟଣାଗଡ଼ରେ ବାଣ ବିସ୍ପୋରଣରେ ଅଳ୍ପକେ ବର୍ତ୍ତିଲେ ପରିବାରର ତିନି ସଦସ୍ୟ । ଜଳି ଗଲା ଆସବାବପତ୍ର ଓ ଦୁଇ ବାଇକ୍ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଥିବା ଶଙ୍କର ସେଲ୍ସ ଥିବା ଦୋକାନୀ ବାଣ ଫୁଟାଉଥିଲେ। ପୂର୍ଣ୍ଣ ସାହୁଙ୍କ ଭଡ଼ା ଘର ଭିତରକୁ ବାଣ ପଶି ଯାଇ ଘର ଭିତରେ ବିସ୍ଫୋରଣ ହୋଇଥିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାରର ତିନି ସଦସ୍ୟ ।

ମନୋଜ କୁମାର ପଧlନ ଭଡ଼ା ଘରେ ରହୁଥିଲେ । ଘରେ ଦୁଇ ମହିଳା ସଦସ୍ୟ ଓ ମନୋଜ ଟିଭି ଦେଖୁଥିବା ବେଳେ ଘର ଭିତରେ ବାଣ ବିସ୍ଫୋରଣ ହୋଇଥିଲା। ପ୍ରଥମେ ମନୋଜଙ୍କ ଘରେ ଥିବା ଦୁଇ ବାଇକରେ ବାଣ ପଡ଼ି ପେଟ୍ରୋଲ ଟାଙ୍କି ଜଳି ଫାଟିୱା ଫଳରେ ବିସ୍ଫୋରଣ ହୋଇଥିଲା। ଘରର ସବୁ ଆସବାବ ପତ୍ର ସହ ଇଲେକ୍ଟ୍ରି ଜିନିଷ ମଧ୍ୟ ଜଳି ଯାଇଥିଲା। ବିସ୍ଫୋରଣ ରେ ଅଳ୍ପକେ ବର୍ତ୍ତିଲେ ତିନି ସଦସ୍ୟ । ସ୍ଥାନୀୟ ଲୋକେ ପୋଲିସ ତଥା ଦମକଳ ବାହିନୀକୁ ଫୋନ୍ କରି ନିଆଁକୁ ଆୟତ୍ତ କରିବା ସହ ତିନି ସଦସ୍ୟକୁ ଉଦ୍ଧାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like