ନୂଆ ଟ୍ରାଫିକ୍‌ ନିୟମକୁ ନେଇ ରାଜମହଲ ଛକରେ ପ୍ରବଳ ଉତ୍ତେଜନା, ଜନତା -ପୋଲିସ ମୁହାଁମୁହିଁ

ଭୁବନେଶ୍ୱର ରାଜମହଲ ଛକରେ ଗାଡ଼ି ଯାଞ୍ଚ ବେଳେ ଜନତା -ପୋଲିସ ମୁହାଁମୁହିଁ। ନୂଆ ଟ୍ରାଫିକ୍‌ ନିୟମକୁ ନେଇ ପ୍ରବଳ ଉତ୍ତେଜନା। ଜରିମାନା ଆଦାୟ ନେଇ ରାଜମହଲ ଛକ ପାଲଟିଲା ରଣକ୍ଷେତ୍ର। ପୋଲିସ ଗାଡ଼ିର କାଗଜପତ୍ର ଠିକ ନଥିବା ଅଭିଯୋଗରେ ପୋଲିସ ଅଧିକାରୀଙ୍କୁ ଘେରିଲେ ଉତ୍ତ୍ୟକ୍ତ ଲୋକେ। ଘଟଣାସ୍ଥଳରେ ପୋଲିସ ଡିସିପି ପହଞ୍ଚି ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରିଥିଲେ। ତେବେ ଜନତା ଜିଦରେ ଅଡ଼ି ବସିବା ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ଶେଷରେ ଉତ୍ତ୍ୟକ୍ତଙ୍କୁ ଘଉଡ଼ାଇବାକୁ ପୋଲିସ ଲାଠି ଚାର୍ଜ କରିଛି।.