ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି, ଶୀତୁଆ ସକାଳର ମଜା ନେଉଛନ୍ତି ଲୋକ

ଭୁବନେଶ୍ୱର(କେନ୍ୟୁଜ୍): ଖସୁଛି ରାତିର ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେଲାଣି ଥଣ୍ଡା । କନ୍ଧମାଳ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ଅନୁଭୂତ ହେଉଛି । ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି ଦୃଶ୍ୟମାନ ହେଉଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀ ସମେତ ଚକାପାଦ,ଟିକାବାଲି , ଫିରିଙ୍ଗିଆ,ଜି.ଉଦୟଗିରି, କୋଟଗଡ,ବେଲଘର ଆଦି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି ।

ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି । କନ୍ଧମାଳର ଧରାପୃଷ୍ଠକୁ ଧଳାଚାଦରରେ ପ୍ରକୃତି ତାର ସୈାନ୍ଦର୍ଯ୍ୟ ମେଲାଇଛି । ଶୀତୁଆ ସକାଳର ମଜା ନେଉଛନ୍ତି ଲୋକ। ରାସ୍ତା, ଫିଟ୍‌ନେସ୍‌ ପାର୍କ ଓ ପଡିଆ ମାନଙ୍କରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.