ଢେଙ୍କାନାଳ: ଗଜଲକ୍ଷ୍ମୀ ପୂଜାର ଭସାଣ ଉତ୍ସବ ଫିକା, ନିଜ ସୁବିଧାରେ ଆଜି ଓ କାଲି ବିସର୍ଜନ ପାଇଁ କର୍ମକର୍ତ୍ତାଙ୍କ ନିଷ୍ପତ୍ତି

ଢେଙ୍କାନାଳ(କେନ୍ୟୁଜ୍):  ଗଜଲକ୍ଷ୍ମୀ ପୂଜାର ଭସାଣ ଉତ୍ସବ ଫିକା । ମିଳିତ ଭସାଣ ଶୋଭାଯାତ୍ରା ସ୍ଥଗିତ ରହିଥବା ବେଳେ, ପୂଜା ମଣ୍ଡପର କର୍ମକର୍ତ୍ତାମାନେ ନିଜ ସୁବିଧାରେ ଆଜି ଓ କାଲି ବିସର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ବଜାର କମିଟି ଶଙ୍ଖ, ଘଣ୍ଟ, ବାଜା ଓ ପାଟପଟୁଆର ସହିତ ପ୍ରସ୍ତୁତ ହୋଇଥିଲେ । ହେଲେ ଲଗାଣ ବର୍ଷା ସମସ୍ତ ପ୍ରସ୍ତୁତିକୁ ଫିକା କରି ଦେଇଥିଲା। ବର୍ଷା ଯୋଗୁ କିଛି ପୂଜା କମିଟି ଆସନ୍ତାକାଲି ଭସାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ମିଳିତ ବଜାର ପୂଜା କମିଟିର ନିଷ୍ପତ୍ତି ଅନୁୟାୟୀ ୨୦ଟି ବଜାର ଆଜି ଭସାଣ କରୁଥିବା ବେଳେ ଆସନ୍ତାକାଲି ୧୨ଟି ବଜାର କମିଟି ଭସାଣ କରିବେ ।