ପୁରୀ (କେ ନ୍ୟୁଜ୍) : ପୁରୀ ଶ୍ରୀମନ୍ଦିରରେ ପବିତ୍ର ମାଘ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ପୌରାଣିକ କଥାବସ୍ତୁ ଅନୁଯାୟୀ, ଭୌମ ବଂଶର ରାଣୀ ବକୁଳ ମହାଦେବଙ୍କ ସମୟରୁ ଶ୍ରୀମନ୍ଦିରରେ ଏହା ପ୍ରଚଳିତ ହୋଇଆସୁଛି। ଏହି ବେଶରେ ମହାପ୍ରଭୁ ଚୂଳ, କିରୀଟି, କର୍ଣ୍ଣ କୁଣ୍ଡଳ, ଆୟୁଧ ଅଳଙ୍କାର ଧାରଣ କରିଥାନ୍ତି । ଏହି ସବୁ ଅଳଙ୍କାର ସୋଲ, ଜରି ଜମ୍ଭୁରା, କନା, କଇଁଥ ଅଠାରେ ନିର୍ମିତ ହୋଇଥାଏ। ସେହିପରି ଦୁଇଟି ପ୍ରତୀକାତ୍ମକ ହସ୍ତୀ ଶୁଣ୍ଢରେ ପଦ୍ମ କଳିକା ଧରି ଦଣ୍ଡାୟମାନ ଥାନ୍ତି। ହସ୍ତୀ ଦ୍ୱୟ ମହାପ୍ରଭୁଙ୍କ ନିକଟରେ ରୁହେ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ସଂପନ୍ନ ହୋଇଥିଲା।
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…