ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହୋଇଛି ଢେଙ୍କାନାଳ ସହର, ୩୮ଟି ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ

ଢେଙ୍କାନାଳ: ମହାମାୟାଙ୍କୁ ମେଲାଣି ପରେ ଗଜଲକ୍ଷ୍ମୀ ରୂପରେ ଧରାବତରଣ କରିବେ ମା’। ଆଜି ଧରାବତରଣ କରିବେ ଧନଦାତ୍ରୀ ଦେବୀ ମା’ ଲକ୍ଷ୍ମୀ । ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ସହର । ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳାରେ ସଜେଇ ହୋଇଛି ସାରା ସହର । ମୀନାବଜାର, ଗଣେଶ ବଜାର,ଲକ୍ଷ୍ମୀ ବଜାର, କୈବଲ୍ୟ ବଜାର, ଗୁଡ଼ିଆ ନାଳୀ ଆଦି ବଜାରର ଚାନ୍ଦି ମେଢ, ବିଭିନ୍ନ ବଜାରର ସୁଉଚ୍ଚ ତୋରଣ ସାଙ୍ଗକୁ ୧୦କିଲୋମିଟର ବ୍ୟାପି ଆଲୋକ ସାଜସଜ୍ଜା କରାଯାଇଛି । ଆଜିଠୁ ୧୧ଦିନ ଧରି ଚାଲିବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ମୋଟ ୩୮ ଗୋଟି ପୂଜା ମଣ୍ଡପରେ ମା’ଙ୍କୁ ଆରାଧନା କରାଯିବ । ତେବେ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ପୂଜା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି ।