ଆରମ୍ଭ ହେଲା ଜାରକାର ପ୍ରସିଦ୍ଧ ଲକ୍ଷ୍ମୀନାରାୟଣ ପୂଜା

ଯାଜପୁର(କେନ୍ୟୁଜ୍‌): ପବିତ୍ର ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲା ଜାରକାର ପ୍ରସିଦ୍ଧ ଲକ୍ଷ୍ମୀନାରାୟଣଙ୍କ ପୂଜାତ୍ସୋବ । ଏନେଇ ପୂଜା ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ ।

ଆକର୍ଷଣୀୟ ତୋରଣ ସାଙ୍ଗକୁ ଲକ୍ଷ୍ମୀନାରାୟଣଙ୍କ ମୃଣ୍ମୟୀ ମୂର୍ତି ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ଘଂଟଘଂଟା ଓ ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ରଧ୍ୱନୀରେ ସମଗ୍ର ପରିବେଷ ପ୍ରକମ୍ପିତ ହୋଇଉଠିଛି । ଆଜି ସକାଳୁ କଳସାଧିବାସ ସହ ପୂଜାରମ୍ଭ ହୋଇଛି । ଚଳିତ ବର୍ଷ ପୂଜା ମଣ୍ଡପରେ ମୁଖ୍ୟ ଆକର୍ଷଣ ସାଜିଛି ବାରୁଆଳୀ ଦୃଶ୍ୟ । ପରିବେଶର ସୁରକ୍ଷା, ଆଧୁନିକ ଚାକଚକ୍ୟର ପ୍ରଭାବ ଏବଂ ବନ୍ୟଜନ୍ତୁ ସୁରକ୍ଷା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ତିଆରି ହୋଇଥିବା ବାରୁଆଳୀ ଦର୍ଶକଙ୍କ ମନମୋହୁଛି ।

jaraka1ଏପଟେ ଜାରକା ବଜାରକୁ ସଂପୂର୍ଣ୍ଣ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୂଜା କମିଟିର କର୍ମକର୍ତା ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଧର୍ମଶାଳା ମହୋତ୍ସବ ପୂଜା କମିଟି ପକ୍ଷରୁ ଆୟୋଜିତ ଏହି ପୂଜା ଉତ୍ସବ ୩ଦିନ ଧରି ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.