ଡ୍ୟୁଟି କରିବାକୁ ଯାଇ ଅସୁସ୍ଥ ହେଲେ ଅତିରିକ୍ତ ତହସିଲଦାର, ଶେଷରେ ହସ୍ପିଟାଲରେ ହାରିଲେ ଜୀବନ

ଗଜପତି(କେନ୍ୟୁଜ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ଘଟିଛି । ଶ୍ରୀମାଝୀ ଗୁମ୍ମା ବ୍ଲକରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିଲେ । ଗତକାଲି ସେ ଉକ୍ତ ବ୍ଲକର ଡୁମ୍ବାଡା ଗ୍ରାମପଞ୍ଚାତକୁ ବାହାର ରାଜ୍ୟରୁ ଏକ ଝିଅର ମୃତ ଶରୀର ପହଞ୍ଚାଇଥିଲେ, ଯେଉଁଠାରେ ଶ୍ରୀମାଝୀ ପହଞ୍ଚି ନିଜ କାର୍ଯ୍ୟ କରୁଥିବା ସମୟରେ ଅସୁସ୍ଥ ହୋଇ ପଡିଥିଲେ। ସେଠାରୁ ତାଙ୍କୁ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟଚିକିତ୍ସା କେନ୍ଦ୍ର ଓ ଶେଷରେ ବ୍ରହ୍ମପୁର ସ୍ଥିତ ଏମ.କେ.ସି.ଜି ମେଡିକାଲକୁ ନିଆଯାଇଥିଲା । କିନ୍ତୁ ବିଧିର ବିଧାନ କିଏ କରିବ ଆନ ଭଳି ସେଠାରେ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା । ତାଙ୍କର ଅକାଳ ବିୟୋଗକୁ ନେଇ ଜିଲ୍ଲାପାଳ ଅନୁପମ ସାହା ଶୋକ ବ୍ୟକ୍ତ କରିବା ସହ ଲକଡାଉନ ସମୟରେ ଗୋଟିଏ କରୋନା ଯୋଦ୍ଧାକୁ ଜିଲ୍ଲା ପ୍ରଶାସନ ହରାଇଛି ବୋଲି ଦୁଃଖ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.